ଇଞ୍ଜିନିୟରିଂ ଛାତ୍ରଙ୍କ ସଫଳତା: ରାସ୍ତାରେ ଗଡ଼ିଲା ଇ-ସାଇକେଲ

Advertisment
ଇଞ୍ଜିନିୟରିଂ ଛାତ୍ରଙ୍କ ସଫଳତା: ରାସ୍ତାରେ ଗଡ଼ିଲା ଇ-ସାଇକେଲ

ଅସୁରାଳି: ଅସୁରାଳିସ୍ଥିତ ଭଦ୍ରକ ଇଂଜିନିୟରିଂ ସ୍କୁଲ ଆଣ୍ଡ ଟେକ୍ନୋଲୋଜି(ବେଷ୍ଟ)ର ମେକାନିକାଲ ଶେଷ ବର୍ଷର ଛାତ୍ରମାନେ ଏକ ଅଭିନବ ପ୍ରୟାସ କ୍ରମେ ଇଲେକ୍ଟ୍ରି ସାଇକେଲ ପ୍ରସ୍ତୁତ କରିଛନ୍ତି। ବେଷ୍ଟ ମେକାନିକାଲ ବିଭାଗ ଶେଷ ବର୍ଷର ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଇଲେକ୍ଟ୍ରିକ ବାଇସାଇକେଲ ଦୁଇଘଣ୍ଟା ଚାର୍ଜରେ ପ୍ରାୟ ୩୦ କିଲୋମିଟର ପର୍ଯ୍ୟନ୍ତ ଚାଲୁଛି।

ସମୟର ଆବଶ୍ୟକତା ଏବଂ ଜ୍ଞାନକୌଶଳର ବିକାଶ ଦୃଷ୍ଟିରୁ ଏହି ସାଇକେଲ ସଫଳ ହେବ ବୋଲି ବିଭାଗୀୟ ମୁଖ୍ୟ ସଞ୍ଜୟ କୁମାର ସାହୁ ଏବଂ ଗାଇଡ୍ ଟିଚର କିଶୋର କୁମାର ପୃଷ୍ଟି ପ୍ରକାଶ କରିଛନ୍ତି। ଅସୁରାଳି ବଜାର ଠାରେ ଭଦ୍ରକ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ମୁଖ୍ୟ ପରିଚାଳକ ପୀତାମ୍ବର ପରିଡ଼ା, ବେଷ୍ଟର ଅଧ୍ୟକ୍ଷ ଇଂ ରବୀନ୍ଦ୍ର କୁମାର ଜେନା, ଉପାଧ୍ୟକ୍ଷ କୁଳମଣି ଜେନା, ସରପଞ୍ଚ ମୀନତି ସାହୁ, ଏକାଡେମିକ ମୁଖ୍ୟ ସୂର୍ଯ୍ୟକାନ୍ତ କର ପ୍ରମୁଖଙ୍କ ଉପସ୍ଥିତିରେ ନୂତନ ଇଲେକ୍ଟ୍ରି ସାଇକେଲ ରାସ୍ତାରେ ଗଡ଼ିଥିଲା। ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ସ୍ଥାନୀୟ ବ୍ୟବସାୟୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe