ରାଜ୍ୟରେ ‌ଇ-ଏଫ୍‌ଆଇଆର ପଞ୍ଜୀକରଣ ବ୍ୟବସ୍ଥା: ସତ୍ୟପାଠ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ରାଜ୍ୟରେ ଇ-ଏଫ୍‌ଆଇଆର୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟ ଗୁଡିକରେ ଇ-ଏଫ୍‌ଆଇଆର ପଞ୍ଜୀକରଣ ପାଇଁ କ’ଣ ବ୍ୟବସ୍ଥା ରହିଛି, ସେ ନେଇ ଅନୁଧ୍ୟାନ କରି ଏକମାସ ଭିତରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ର‌ାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେ.ପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୨, ଡିସେମ୍ବର ୫ର ନିର୍ଦ୍ଦେଶ ପାଳନ କରି ପୁଲିସ ଡିଜି ଦାଖଲ କରିଥିବା ସତ୍ୟପାଠରେ ଦିଲ୍ଲୀ, କର୍ଣ୍ଣାଟକ, କେରଳ ସହିତ ଅନ୍ୟ ରାଜ୍ୟକୁ ଚିଠି ଲେଖାଯାଇ ଇ-ଏଫଆଇଆର ପ୍ରସଙ୍ଗରେ ତଥ୍ୟ ମଗାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗ ଅନୁଧ୍ୟାନ କରାଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ଏହି ପ୍ରସଙ୍ଗରେ ଫଳପ୍ରଦ ବ୍ୟବସ୍ଥା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଅନ୍ୟ ରାଜ୍ୟରେ ଥିବା ବ୍ୟବସ୍ଥା ଅନୁଧ୍ୟାନ କରି ସାନି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିସେମ୍ବର ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟରେ ଇ-ଏଫ୍‌ଆଇଆର ପଞ୍ଜୀକରଣ ସମ୍ଭାବନା ପ୍ରସଙ୍ଗରେ ଅନୁଶୀଳନ କରିବା ପାଇଁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe