ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ଅଗ୍ରଣୀ: ମୁଖ୍ୟମନ୍ତ୍ରୀ

ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ଅଗ୍ରଣୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ। ଜମି ରେକର୍ଡଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ପୁଲିସ, ଅଭିଯୋଗ ସମାଧାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲୋକଙ୍କୁ ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଆଇଟି ଓ ନୂଆ ଚିନ୍ତାଧାରା ଉପଯୋଗ କରି ଶାସନ ପ୍ରକ୍ରିୟାରେ ସଂସ୍କାର ଅଣାଯାଇ ପାରିଛି। ଆବଶ୍ୟକତା ନଥିଲେ ଲୋକମାନେ ବିଭିନ୍ନ ସେବା ପାଇଁ ସଂପୃକ୍ତ ସରକାରୀ କାର୍ଯ୍ୟାଳୟକୁ ଲୋକମାନଙ୍କୁ ଯିବାକୁ ପଡ଼ିବ ନାହିଁ। ଇଣ୍ଟରନେଟ୍ ଜରିଆରେ ହାତ ପାଆନ୍ତାରେ ଜନସେବା ଉପଲବ୍ଧ କରାଯାଉଛି। ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଇଣ୍ଡିଆନ୍ ଏକ୍ସପ୍ରେସ୍‌ ‘ଟେକ୍ନୋଲୋଜି ସଭା‌’ର ୨୭ତମ ସଂସ୍କରଣରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କହିଛନ୍ତି।

ରାଜ୍ୟ ସରକାର ୫-ଟିକୁ ଗୁରୁତ୍ବ ଦେଉଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆମେ ଉତ୍ତମ ପ୍ରଯୁକ୍ତି ବ୍ୟବହାରକୁ ଲକ୍ଷ୍ୟ ରଖିଛୁ । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିବା ସହିତ ଓଡ଼ିଶା ୨୦୧୮ ଷ୍ଟାର୍ଟ-ଅପ୍ ରୢାଙ୍କିଂରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। ଫିକି ଇଣ୍ଡିଆ ସ୍ପୋର୍ଟସ୍‌ ଆୱାର୍ଡରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ସର୍ବୋତ୍କୃଷ୍ଟ ରାଜ୍ୟ ଭାବେ ଓଡ଼ିଶା ବିବେଚିତ ହୋଇଛି। ପୂର୍ବ ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଦେଶର ପ୍ରମୁଖ ୫ଟି ଆଇଟି କମ୍ପାନି ଯଥା ଇନ୍‌ଫୋସିସ୍‌, ଟିସିଏସ୍‌, ୱିପ୍ରୋ, ଟେକ୍ ମହିନ୍ଦ୍ରା ଏବଂ ମାଇଣ୍ଡ୍‌ଟ୍ରି ସେମାନଙ୍କ ଡେଭଲପ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି। ଚଳିତବର୍ଷ ଓଡ଼ିଶାର ଆଇଟି ରପ୍ତାନି ୪ ହଜାର କୋଟି ଟଙ୍କା ଅତିକ୍ରମ କରିଥିବାରୁ ଭାରତର ଆଇଟି ମାନଚିତ୍ରରେ ଓଡ଼ିଶା ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇଟି, ଇଲେକଟ୍ରୋନିକ୍ସ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏସ୍‌ଟିପିଆଇ ଡିଜି ଡ ଓମ୍‌କାର ରାଏ, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe