ସରିଲା ଇ-କେୱାଇସି ଅବଧି: ୩ମାସ ପାଇଁ ଉଠିପାରିବନି ଚାଉଳ, ୩ମାସ ଭିତରେ ଇ‌-କେୱାଇସି ନ କଲେ କଟିବ ରାସନ କାର୍ଡ

Advertisment

ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ଲାଗି ରାଜ୍ୟ ସରକାର ଇ-କେୱାଇସି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ପ୍ରକ୍ରିୟାର ଅବଧି ଆଜି ଶେଷ ହୋଇଛି। ଏହି ସମୟ ଭିତରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି....

ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ଲାଗି ରାଜ୍ୟ ସରକାର ଇ-କେୱାଇସି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ପ୍ରକ୍ରିୟାର ଅବଧି ଆଜି ଶେଷ ହୋଇଛି। ଏହି ସମୟ ଭିତରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି....

E KYC Rasan card

E KYC Rasan card Photograph: (sambad.in)

ଭୁବନେଶ୍ବର: ‌ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ଲାଗି ରାଜ୍ୟ ସରକାର ଇ-କେୱାଇସି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ପ୍ରକ୍ରିୟାର ଅବଧି ଆଜି ଶେଷ ହୋଇଛି। ଏହି ସମୟ ଭିତରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ଆସନ୍ତା ୩ମାସ ପାଇଁ ଆଉ ଚାଉଳ ଉଠାଇପାରିବେ ନାହିଁ। ଅର୍ଥାତ୍ ଜୁଲାଇ ମାସରୁ ଚାଉଳ ଉଠାଣ ବନ୍ଦ ହୋଇଯିବ। ତେବେ କାର୍ଡକୁ ସଚଳ କରିବାକୁ ଚାହୁଁଥିବା ହିତାଧିକାରୀଙ୍କୁ ଇ-କେୱାଇସି ଲାଗି ରାଜ୍ୟ ସରକାର ଆଉ ୩ମାସ ମହଲତ ଦେଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ନୂଆ ସରକାର ଆସିବା ପରେ ଭୂତ କାର୍ଡଧାରୀଙ୍କୁ ଧରିବା ଲାଗି ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାଭିତରେ ୫ରୁ ଅଧିକ ସମୟ ସରକାର ଅବଧିକୁ ବଢ଼ାଇଥିଲେ। ଓଡ଼ିଶାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୩୬ଲକ୍ଷ ୩୫ହଜାର ହିତାଧିକାରୀ ରହିଛନ୍ତି। ନୂଆ ସରକାର ଆସିବା ପରେ ଆଉ ୬ଲକ୍ଷ ନୂଆ କାର୍ଡ ଦିଆଯାଇଛି। ଆଜି ଅବଧି ଶେଷ ହେବା ପରେ ବିଭିନ୍ନ ସମସ୍ୟା ପାଇଁ ଇ-କେୱାଇସି କରିପାରି ନ ଥିବା ହିତାଧିକାରୀ ଏବେ ଚିନ୍ତାରେ। ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ହଜାର ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେଣୁ ସେମାନଙ୍କ ରାସନ କାର୍ଡ ସସ୍‌ପେଣ୍ଡ ରହିବ। କାର୍ଡ ସସ୍‌ପେଣ୍ଡ ରହିଲେ ଚାଉଳ ଉଠାଉଥିବା ହିତାଧିକାରୀ ଭୂତ ନା ଯୋଗ୍ୟ ତାହା ଧରାପଡ଼ିବ। ୩ମାସ ଭିତରେ ଇ‌-କେୱାଇସି ନ କଲେ କାର୍ଡ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe