ଆଉ ୪ ଦିନ ପରେ ସରିବ ଇ-କେୱାଇସି ଅପଡେଟ୍: ଯୋଗାଣ ମନ୍ତ୍ରୀ

Advertisment

ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି...

Updated On

ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି...

ଅଦ୍ୟତନ ହୋଇଛି
E-KYC update will be completed after 4 days

E-KYC update will be completed after 4 days Photograph: (sambad.in)

ଭୁବନେଶ୍ଵର: ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍  ସରିବ ବୋଲି  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।

ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଯଦି ସମୟ ସୁଦ୍ଧା ଏହା ନସରେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି  ମନ୍ତ୍ରୀ  କହିଛନ୍ତି।

ରାଜ୍ୟର ୪୦ ଲକ୍ଷ ୪୦ ହଜାର ୮୬୪ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ।

ମୋଟ ୩କୋଟି ୩୫ ଲକ୍ଷ ୫୭୦ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ଜଣଙ୍କର ଇ-କେୱାଇସି ସରିଛି । ଏହା ମୋଟ ହିତାଧିକାରୀଙ୍କ ୮୮ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଓ୍ବାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ, ଖୁବଶୀଘ୍ର ସଂସଦରେ ଆଗତ ହେବ

କାର୍ଡରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟ ବାହାରେ ୧ ଲକ୍ଷ ୩୦ ହଜାର ୨୬ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ରାଇରଙ୍ଗପୁର ରେଳଷ୍ଟେସନ ଶୌଚାଳୟରେ ତାଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe