ଓୟୁଏଟିରେ ଇ-ଅଫିସ୍‌, ଖୁବ୍‌ଶୀଘ୍ର ଇ-ଫାଇନାନ୍ସ ଓ ଇ-ଏକାଡେମିକ

Advertisment
ଓୟୁଏଟି କୁଳପତି ଚୟନ ପାଇଁ ଅବଗଣନା: ଗଠିତ ହେଲା ୩ ଜଣିଆ ସର୍ଚ୍ଚ କମିଟି

ଭୁବନେଶ୍ବର: ଡିଜିଟାଲ ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)। ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟ ଏଣିକି କମ୍ପ୍ୟୁଟର୍‌ରେ ହେବ। ଆଉ କାଗଜପତ୍ରର ଆବଶ୍ୟକତା ରହିବ ନାହିଁ। ନାମଲେଖାଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପରିଚାଳନା ପର୍ଯ୍ୟନ୍ତ; ସବୁକିଛି ଅନ୍‌ଲାଇନ୍‌ରେ ହେବ। କିଛି ବର୍ଷ ତଳେ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଅନ୍‌ଲାଇନ୍‌ରେ ହେଉଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟ ଓ ଏହା ଅଧୀନରେ ଥିବା ସମସ୍ତ କଲେଜରେ ନାମଲେଖା ଅନ୍‌ଲାଇନ୍‌ରେ କରାଯାଉଛି। ନାମଲେଖା ସମ୍ପର୍କିତ ସୂଚନା ବି ଅନ୍‌ଲାଇନ୍‌ରେ ଦିଆଯାଉଛି। ଇ-ନାମଲେଖାର ସଫଳତା ପରେ ଏବେ ଇ-ଅଫିସ୍‌ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏଣିକି କମ୍ପ୍ୟୁଟରରେ କରାଯିବ। ଇ-ଅଫିସ୍‌ ବ୍ୟବହାର ଦ୍ବାରା ଆଉ ଫାଇଲ ଓ ଅନ୍ୟାନ୍ୟ ନଥିପତ୍ରର ଆବଶ୍ୟକତା ରହିବ ନାହିଁ। ସେଣ୍ଟର୍‌ ଫର ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍‌(ସିଏମ୍‌ଜିଆଇ) ଓ ନ୍ୟାସନାଲ ଇନ୍‌ଫରମେଟିକ୍ସ ସେଣ୍ଟର ସହାୟତାରେ କାର୍ଯ୍ୟକାରୀ ହେଉଥିବା ଇ-ଅଫିସ୍‌ ଦ୍ବାରା ସରକାରୀ କାର୍ଯ୍ୟ ତ୍ବରିତ ବେଗରେ ହୋଇପାରିବ। କାର୍ଯ୍ୟାଳୟରେ ସ୍ବଚ୍ଛତା ଆସିବ। ପ୍ରଭାବଶାଳୀ ବି ହେବ। ପ୍ରଥମ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟ ଓ ପରବର୍ତୀ ସମୟରେ ଏହା ଅଧୀନରେ ଥିବା ସମସ୍ତ କଲେଜ କାର୍ଯ୍ୟାଳୟକୁ ବି ଇ-ଅଫିସ୍‌ରେ ଯୋଡ଼ାଯିବ। ଫଳରେ କୃଷି ଶିକ୍ଷାରେ ସଂସ୍କାର ଆସିପାରିବ।ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଓୟୁଏଟିର ଡିଜିଟାଇଜେସନ୍‌ ପାଇଁ ପ୍ରୟାସ ଚାଲିଛି। ରାଜ୍ୟରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ ହୋଇଛି। ପୂର୍ବରୁ ଓୟୁଏଟିରେ ଇ-ନାମଲେଖା ଆରମ୍ଭ ହୋଇଥିବାରୁ ନାମଲେଖା ପ୍ରକ୍ରିୟାରେ ସ୍ବଚ୍ଛତା ଓ ସଂସ୍କାର ଆସିଛି। ଛାତ୍ରଛାତ୍ରୀ ମଧ୍ୟ ସୁବିଧାରେ ନାମାଲେଖାଇ ପାରୁଛନ୍ତି। ଏବେ ଇ-ଅଫିସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଆଗାମୀ ଦିନରେ ଇ-ଫାଇନାନ୍ସ ଓ ଇ-ଏକାଡେମିକ କାର୍ଯ୍ୟକ୍ରମ ପ୍ରଚଳନ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ମହିଳା ଚାଷୀଙ୍କୁ ତାଲିମ
ଓୟୁଏଟି ପକ୍ଷରୁ କୃଷି ଯନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟଠାରେ ଆଜିଠାରୁ ମହିଳା ଚାଷୀଙ୍କ କର୍ମଶାଳା ଆରମ୍ଭ ହୋଇଛି। ଉନ୍ନତ କୃଷି ଯନ୍ତ୍ରପାତିର ବିକାଶ ତଥା ବହୁଳ ବ୍ୟବହାର ଲାଗି ମହିଳା ଚାଷୀଙ୍କୁ ୧୦ ଦିନିଆ ତାଲିମ ଦିଆଯିବ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଉଦ୍‌ଘାଟନ କରି ଉନ୍ନତ ପ୍ରଣାଳୀରେ ଚାଷ କରିବା ଦ୍ବାରା କମ୍‌ ସମୟରେ ଅଧିକ ଅମଳ ହୋଇପାରିବ ବୋଲି କହିଥିଲେ। ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ କୃଷିଜୀବୀ ମହିଳା ସଂସ୍ଥାର ନିର୍ଦେଶକ ସନ୍ତୋଷ କୁମାର ଶ୍ରୀବାସ୍ତବ ସମ୍ମାନିତ ଅତିଥି, ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାଶ, କୃଷି ଯନ୍ତ୍ରପାତି ଓ ଶକ୍ତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା, ପ୍ରଫେସର ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe