ଅବକାରୀ ବିଭାଗରେ ଖୋଲିଲା ଇ-ଅଫିସ୍

Advertisment

ଏଣିକି ଅଫ୍‍ ଲାଇନ୍‍ ବଦଳରେ ଅନଲାଇନରେ କାର୍ଯ୍ୟ

ଏଣିକି ଅଫ୍‍ ଲାଇନ୍‍ ବଦଳରେ ଅନଲାଇନରେ କାର୍ଯ୍ୟ

ଅବକାରୀ ବିଭାଗରେ ଖୋଲିଲା ଇ-ଅଫିସ୍

orissapost.com

ଭୁବନେଶ୍ବର : ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘ଇ-ଅଫିସ୍‌’ ଆଜି ଆରମ୍ଭ ହୋଇଛି। ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏହାକୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଓଡିଶା ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ସି.ଏମ୍‌. ଜି. ଆଇ. ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ଓ ଏନଆଇସିର ବିଭୂ ପ୍ରସାଦ ମିଶ୍ର ଯୋଗଦେଇ ଇ-ଅଫିସ୍ ର ଉପାଦେୟତା ତଥା ସରକାରଙ୍କ ୫-ଟି ଉପରେ ଏହା ପର୍ଯ୍ୟବେସିତ ହୋଇଥିବା ମତାମତ ପ୍ରଦାନ କରିଥିଲେ।

ଅବକାରୀ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଆଗାମୀ ଦିନରେ ଇ-ଅଫିସ୍ ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମର କାର୍ଯ୍ୟଧାରାରେ ବ୍ୟାପକ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ। ଇ-ଅଫିସ୍ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା କାର୍ଯ୍ୟାଳୟ, ଅବକାରୀ ଥାନା ଓ ଅବକାରୀ ଉପାୟୁକ୍ତଙ୍କ କାର୍ଯ୍ୟାଳୟ ସହ ତୁରନ୍ତ ଚିଠିର ଆଦାନ ପ୍ରଦାନ ହେବା ସହ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ଭାବେ ହୋଇପାରିବ। ପ୍ରକାଶ ଥାଉକି ଇ-ଅଫିସ୍‌ ଏନ୍‍ଆଇସି ଦ୍ୱାରା ବିକାଶ କରାଯାଇ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଉପଯୋଗ ହେଉଅଛି। ଏହା ଦ୍ୱାରା ପୂର୍ବରୁ ଚାଲି ଆସୁଥିବା ଅଫ୍ ଲାଇନ୍ ବଦଳରେ ସମସ୍ତ କାର୍ଯ୍ୟ ଅନ୍ ଲାଇନ୍ ମାଧ୍ୟମରେ ସ୍ୱଳ୍ପ ସମୟରେ କ୍ଷୀପ୍ର ଗତିରେ ହୋଇପାରିବା ସହ ଜନ ସାଧାରଣଙ୍କ ସେବାରେ ବିନିଯୋଗ ହୋଇପାରିବ। ଏଥିରେ ଅବକାରୀ ଅତିରିକ୍ତ ସଚିବ ସାଇଦ ବିପ୍ଲବ କେଶରୀ ପ୍ରଧାନ, ଓଡିଶା ପାନୀୟ ନିଗମର ସାଧାରଣ ପରିଚାଳକ ଶୁଭଦର୍ଶିନୀ ସ୍ୱାଇଁ, ମାନସ ରଞ୍ଜନ ସ୍ୱାଇଁ, ଯୁଗ୍ମ ଅବକାରୀ ଆୟୁକ୍ତ ଦିବ୍ୟଲୋଚନ ମହନ୍ତ, ଉପ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଓ ସି.ଏମ୍‌. ଜି. ଆଇ ର ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe