ଇ-କ୍ୱାର୍ଟର୍ସ ​ୱେବ୍‌ ପୋର୍ଟାଲ୍‌ର ସ୍ବଚ୍ଛତା ନେଇ କର୍ମଚାରୀ ମହଲରେ ଅସନ୍ତୋଷ

Advertisment
ରାଜଧାନୀର ସରକାରୀ କ୍ବାର୍ଟର ଜବରଦଖଲ ମାମଲା : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦେଶ

New Indian Express

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସରକାରୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ୍‌ ଆବଣ୍ଟନ କରିଥାଏ। କ୍ବାର୍ଟର୍ସ୍‌ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରାଯାଉଥିବା ୱେବ୍‌ ପୋର୍ଟାଲ୍‌ର୍ ସ୍ବଚ୍ଛତାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୋର୍ଟାଲ୍‌ର ହୋମ୍‌ ପେଜ୍‌ରେ ଆବଣ୍ଟନ ଓ ଖାଲିଥିବା କ୍ବାର୍ଟର୍ସ୍‌ ସଂଖ୍ୟା ନେଇ କୌଣସି ସୂଚନା ରହୁନାହିଁ। ସବୁଥିରେ ସ୍ବଚ୍ଛତା ଆଣିବାକୁ ସରକାର ୫'ଟି' ଓ ମୋ ସରକାର ବ୍ୟବସ୍ଥା ଲାଗୁ କରିଥିବାବେଳେ କ୍ବାର୍ଟର୍ସ୍‌ ଆବଣ୍ଟନରେ କାହିଁକି ସର୍ବସାଧାରଣ ଜାଣିପାରିବା ଭଳି ତଥ୍ୟ ରହୁନାହିଁ ସେ ନେଇ ପ୍ରଶ୍ନ ଉଠିଛି।

ଲୋକସେବା ଭବନର କେତେକ କର୍ମଚାରୀ ଏ ସମ୍ପର୍କରେ ମତ ରଖି କହିଛନ୍ତି, ସାଧାରଣ ପ୍ରଶାସନ ବିଭାଗ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ବିଭାଗ। ପ୍ରତି ମାସର ୧୧ ତାରିଖରୁ ୨୫ ତାରିଖ କ୍ବାର୍ଟର୍ସ ପାଇବା ପାଇଁ ଆବେଦନ କରିବାର ଦିନ ଧାର୍ଯ୍ୟ କରାଯାଇଛି। ଆବେଦନ ପରେ ମାସର ଶେଷ ତାରିଖ ଓ ପରବର୍ତ୍ତୀ ମାସର ପହିଲା ତାରିଖରେ କର୍ମଚାରୀମାନେ ନିଜ ନିଜର ଆବଣ୍ଟନ ନେଇ ଜାଣିବାକୁ ଭିଡ଼ ଜମାଇଥାନ୍ତି। ଏହି ୱେବ୍‌ ପୋର୍ଟାଲ୍‌ର ବ୍ୟବସ୍ଥା ଅନୁଯାୟୀ ଲଗ୍‌-ଇନ୍‌ ଓ ପାସ୍‌ଵାର୍ଡ଼ ବ୍ୟବହାର କରି ନିଜର ଆବଣ୍ଟନ ସମ୍ପର୍କରେ କେବଳ ଆବେଦନକାରୀ ହିଁ ଜାଣିପାରିବେ। କିନ୍ତୁ ସମୁଦାୟ ଖାଲିଥିବା କ୍ବାର୍ଟର୍ସ୍‌ରୁ ଗୋଟିଏ ମାସ ଭିତରେ କେତେଜଣଙ୍କୁ କେଉଁ ଆଧାରରେ କ୍ବାର୍ଟରେ ମଳିଲା ସେ ସମ୍ପର୍କିତ ସୂଚନା ଦିଆଯାଉ ନାହିଁ। ଏପରିକି ପଛରେ ଆବେଦନ କରିଥିବା କର୍ମଚାରୀ ବି କ୍ବାର୍ଟର୍‌ ପାଇବାରେ ସଫଳ ହେଉଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ନିଜେ ୫'ଟି' ସଚିବ ଏହି ପୋର୍ଟାଲ୍‌ର ସ୍ବଚ୍ଛତା ପାଇଁ ଦୃଷ୍ଟି ଦେବାକୁ କର୍ମଚାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe