ସ୍ବାସ୍ଥ୍ୟସେବା ଇ-ପଞ୍ଜୀକରଣ ପାଇଁ ଚୁକ୍ତିନାମା

Advertisment
ସ୍ବାସ୍ଥ୍ୟସେବା ଇ-ପଞ୍ଜୀକରଣ ପାଇଁ ଚୁକ୍ତିନାମା

ieg.worldbankgroup.org

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବୀକୃତିପ୍ରାପ୍ତ ସଂସ୍ଥା ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ ବା ସି-ଡାକ୍ ସହିତ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି।

ଏହାର ସଫଳ ରୂପାୟନ ପରେ ରାଜ୍ୟର ୩୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୧୧ ଏମ୍‌ସିଏଚ୍‌ଏସ୍‌, ୧୦୬ ୟୁପିଏଚ୍‌ସିରେ କଷ୍ଟମାଇଜଡ୍ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ଲାଗୁ ହେବ। ଫଳରେ ଅନଲାଇନ୍ ରେଜିଷ୍ଟ୍ରେସନ୍ ସହ ବହିର୍ବିଭାଗ ବା ଓପିଡି ପାଇଁ ରେଜିଷ୍ଟ୍ରେସନ୍ କରାଯାଇ ପାରିବ। ସାଧାରଣ ଲୋକଟି ଧାଡ଼ିରେ ଠିଆ ନ ହୋଇ ଘରେ ବସି ମୋବାଇଲରେ ଡାକ୍ତରଙ୍କଠାରୁ ଆପଏଣ୍ଟମେଣ୍ଟ ନେଇପାରିବ। ଏହା ମାଧ୍ୟମରେ ଇଲେକଟ୍ରୋନିକ ହେଲ୍‌ଥ ରେକର୍ଡ ରହିବା ସହିତ ବିଭିନ୍ନ ନିଦାନର ରିପୋର୍ଟ ମିଳିପାରିବ। ସି-ଡାକ୍ ପକ୍ଷରୁ ସଫ୍‌ଟୱେୟାର ଯୋଗାଇ ଦିଆଯାଇଥିବା ବେଳେ ଓକାକ୍ ପକ୍ଷରୁ ହାର୍ଡୱେୟାର ବ୍ୟବସ୍ଥା କରାଯିବ। ଆସନ୍ତା ୫ବର୍ଷ ପାଇଁ ଏହା କାର୍ଯ୍ୟକାରୀ ହେବ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଆରକେ ଶର୍ମାଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡା.ବିଜୟ ମହାପାତ୍ର, ଯାମିନୀ ଷଡ଼ଙ୍ଗୀ, ଅଜିତ ମହାନ୍ତି, ଡା.ରମାରମଣ ମହାନ୍ତି, ଓକାକ ସିଇଓ ‌ମନୋଜ ପଟ୍ଟନାୟକ, ସି-ଡାକର ରାଜୀବ ଯାଦବ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe