ହଜିଗଲା ମାନବିକତା: ଶିକ୍ଷକଙ୍କ ଶବ ଫେରାଇଦେଲେ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ପାଟପୁର : ଗତ ବର୍ଷ ‌କରୋନା ସଂକ୍ରମଣ ବେଳେ ମାନବିକତା ହଜିଯିବା ଭଳି ଅନେକ ଘଟଣା ଦେଖିବାକୁ ମିଳିଥିଲା। ଏବେ କରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବା ପରେ ପୁଣି ସେହି ଭୟ ଓ ଆତଙ୍କ ଫେରିଛି। କରୋନା ଭୟରେ ମୃତ ଶିକ୍ଷକଙ୍କ ଶବ ନିଜ ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ଗାଁ ମୁହଁରୁ ଫେରାଇଦେବା ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ୍‌ ଚୁଡ଼ଙ୍ଗପୁର ହାଇସ୍କୁଲରେ ଶିକ୍ଷକତା କରୁଥିବା ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶରୀରରେ ଅମ୍ଳଜାନ ସ୍ତର କମ୍ ଥିବାରୁ ମୃତ୍ୟୁ ଘଟିଥିଲା। ତାଙ୍କ ଶବକୁ ଆମ୍ବୁଲାନ୍ସ ଯୋଗେ ନିଜର ପୈତୃକ ଗ୍ରାମ ଚୁଡ଼ଙ୍ଗପୁରକୁ ଅଣାଯାଇଥିଲା। କରୋନା ଭୟରେ ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ମୃତଦେହକୁ ଗ୍ରହଣ କରିବା ବଦଳରେ ସେହି ଆମ୍ବୁଲାନ୍ସରେ ହିଁ ଫେରାଇ ଦେଇଥିଲେ। ବ୍ରହ୍ମପୁରରେ ରହୁଥିବା ପତ୍ନୀ ଓ ଅନ୍ୟ ସମ୍ପର୍କୀୟମାନେ ନୀଳକଣ୍ଠନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଇଥିଲେ।

ସ୍ବର୍ଗତ ପଟ୍ଟନାୟକ ୪ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ନିଆଯାଇଥିଲା। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମ୍ ଥିବାରୁ ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ସେ କରୋନା ସଂକ୍ରମିତ କି ନୁହଁ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ସୂଚନା ଅନୁସାରେ, ଗତ ପ୍ରାୟ ୧୫ ବର୍ଷ ଧରି ପରିବାର ସହ ଶିକ୍ଷକ ଜଣକ ଦିଗପହଣ୍ଡି ଓ ପରେ ବ୍ରହ୍ମପୁରରେ ନିଜସ୍ବ ବାସଭବନରେ ରହୁଥିଲେ। ଗ୍ରାମବାସୀ କିଛି ବୁଝିବା ପୂର୍ବରୁ ଅଚାନକ ମୃତଦେହ ଆସି ପହଞ୍ଚି ଯିବାରୁ କରୋନା ଜନିତ ମୃତ୍ୟୁ ହୋଇଥିବା ଭୟରେ ଶବକୁ ଗାଁ ମୁହଁରୁ ଫେରାଇ ଦେଇଥିଲେ। ଫଳରେ ଶିକ୍ଷକଙ୍କ ଅନ୍ତିମ ସଂସ୍କାର ନିଜର ପୈତୃକ ଗ୍ରାମରେ ହୋଇପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe