ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଆଗୁଆ ସତର୍କତା : ୩୦ରୁ ଅଧିକ ଗିରଫ, ରାତିରୁ ଉଠାଇନେଲେ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଆଗୁଆ ସତର୍କତା : ୩୦ରୁ ଅଧିକ ଗିରଫ, ରାତିରୁ ଉଠାଇନେଲେ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଆଜି ବିଜେପି, କଂଗ୍ରେସ, ଶ୍ରୀଜଗନ୍ନାଥ ସେନାର କର୍ମକର୍ତ୍ତାଙ୍କୁ ଆଗୁଆ ଗିରଫ କରାଯାଇଛି। କଂଗ୍ରେସର ୨୫ରୁ ଅଧିକ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଏମାନଙ୍କ ଭିତରୁ ଗତକାଲି ରାତିରୁ କିଛି ନେତାଙ୍କୁ ପୁଲିସ ଉଠାଇ ନେଇଥିଲା। ଏହାକୁ କେନ୍ଦ୍ର କରି ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ବିଶ୍ବାବସୁ ବିନାୟକ ଦାସମହାପାତ୍ର। ଶ୍ରୀ ଦାସମହାପାତ୍ର କହିଛନ୍ତି, ଏଭଳି ରାତିଅଧିଆ ଆସି କାହାକୁ ଗିରଫ କରିବା ଆଇନ ବିରୋଧୀ। ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ। ସେପଟେ ଯୁବ କଂଗ୍ରେସ କହିଛି, ପୁରୀରେ ଅନେକ ହୋଟେଲ ଶିଳ୍ପ ଥିଲେ ବି ନିଯୁକ୍ତି ନାହିଁ। ଯେଉଁଥିପାଇଁ ବେକାରି ବଢ଼ିଚାଲିଛି। ଏହା ଉପରେ ସରକାରଙ୍କ ନିଘାନାହିଁ।

ପ୍ରତି ବଦଳରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ଆଜି ମେଡିକାଲ୍‌ କଲେଜ ଉଦ୍‌ଘାଟନ ପୂର୍ବରୁ ପୁଲିସ ରାତିଅଧିଆ ସମସ୍ତଙ୍କୁ ଗିରଫ କରିଛି। କିଛି ନେତାଙ୍କୁ ସକାଳୁ ବି ଗିରଫ କରାଯାଇଛି। ଯୁବକଙ୍କୁ ପ୍ରତାରିତ କରି ପୁଲିସକୁ ଗୁଣ୍ଡା ସଜେଇ ଏଭଳି ଗିରଫଦାରୀ ଆଦୌ ଠିକ୍‌ ନୁହେଁ ବୋଲି ଯୁବ କଂଗ୍ରେସ କହିଛି। ପୁଲିସ ଯୁବ କଂଗ୍ରେସର ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସର ଆଶୁତୋଷ ମିଶ୍ର, ବସ୍ତି ନେତା ମନୋଜ ମଣ୍ଡଳ, ରିଶାନ ଦାଶ, ଷ୍ଟିଫେନ୍‌ ଜୋସେଫ୍‌, ସାହିଲ୍‌ ମହାନ୍ତି, ରୁଦ୍ରପ୍ରତାପ ଦାଶ, ସନ୍ତୋଷ ପରିଡ଼ା ପ୍ରମୁଖଙ୍କୁ ଗିରଫ କରିଥିଲା। ଯୁବ କଂଗ୍ରେସର ନେତାମାନେ ପ୍ରତିବାଦରେ ହାତରେ କଳାପତାକା ବାନ୍ଧିଛନ୍ତି। ସଂଧ୍ୟାରେ ପିଆର୍‌ ବଣ୍ଡ୍‌ରେ ସମସ୍ତଙ୍କୁ ଛଡ଼ାଯାଇଛି। ସେପଟେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ଅନ୍ୟମାନଙ୍କୁ ବି ପୁଲିସ ଆଜି କଚେରି ଛକରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe