ଢେଙ୍କାନାଳ: ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି। କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରାଯାଇଛି ।
ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ ବେଳେ ପୁଲିସର ପାଲଟା ଗୁଳିରେ ଦେବାଶିଷ ଆହତ ହୋଇଛି । ତାକୁ ଚିକିତ୍ସା ଲାଗି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଦେବାଶିଷ କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର ମୁଖ୍ୟ କାରପାଟଦାର ରାକେଶ ନାଥର ମୁଖ୍ୟ ସହଯୋଗୀ। ଦେବାଶିଷ ନାଁରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଦାଦାବଟି, ଡକାୟତି,ଫାୟାରିଂ ଭଳି ମୋଟ ୧୮ ଟି ମାମଲା ରହିଛି। ନିକଟରେ ଦୁଇଟି କେସରେ ମୋଷ୍ଟ ୱ।ଣ୍ଟେଡ ଲିଷ୍ଟରେ ଦେବାଶିଷ ରହିଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଖୋକା ମିଳିଛି।
ଅଧିକ ପଢ଼ନ୍ତୁ: ଏନ୍ଆଇଟି ଗବେଷକଙ୍କ ଆଉ ଏକ ଉପଲବ୍ଧି: ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ
ବିଶେଷ ସୁତ୍ରରୁ ଖବରପାଇ ସଦରଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଦେବାଶିଷର ଗତିବିଧି ଉପରେ ନଜର ରଖିଥିଲେ।ଗୁରୁବାର ଭୋର ସମୟରେ ପୁଲିସ ଦେବାଶିଷକୁ କାଙ୍କଡପାଳରୁ ଗୋଡାଇ ଗୋଡାଇ ମଙ୍ଗଳପୁର ପର୍ଯ୍ୟନ୍ତ ଆସିଥିଲା। ସାଉଁଳିଆ ଜଙ୍ଗଲ ଭିତରେ ପୁଲିସ କୁଖ୍ୟାତ ଅପରାଧୀ ଦେବାଶିଷର ଡାହାଣ ଗୋଡ ଆଣ୍ଠୁ ନିକଟକୁ ଗୁଳି କରିଥିଲା ।
କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ରେ ମୋଟ ୩୦ରୁ ଅଧିକ ସଦସ୍ୟ ଅଛନ୍ତି। ଗ୍ୟାଙ୍ଗ୍ର ମୁଖ୍ୟ ଅପରାଧୀ ରାକେଶ ନାଥ ଏବେ ଡକାୟତି ଘଟଣାରେ ଚୌଦ୍ବାର ଜେଲରେ ରହିଛି।
ଅଧିକ ପଢ଼ନ୍ତୁ: ଆରଆଇ, ଅମିନ ପରୀକ୍ଷା ଫଳ: ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍
Dhenkanal | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/24/abWcdjwJe4kP3ivaiPzm.jpg)