ହାଇକୋର୍ଟରେ ଆଗୁଆ ଗ୍ରୀଷ୍ମ ଅବକାଶ, ମେ ୩ରୁ ଜୁନ୍ ୬ ଯାଏ ଛୁଟି ପାଇଁ ବିଜ୍ଞପ୍ତି

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏଥର ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ସମୟରେ ପରିବର୍ତ୍ତନ କରାଯାଇଛି। ଏଥର ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଛି। ପୂର୍ବରୁ ମେ ୨୪ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ୍ ୧୬ ତାରିଖରେ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ମେ ୨୪ ପରିବର୍ତ୍ତେ ମେ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ମେ ୩ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ ୬ ତାରିଖ ରବିବାର ପଡୁଥିବା ବେଳେ ଜୁନ୍ ୭ ତାରିଖରେ କୋର୍ଟ ଖୋଲିବ। ରଜ ଉତ୍ସବ ପାଇଁ ଜୁନ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ। ଏହା ଦ୍ବାରା ହାଇକୋର୍ଟ କ୍ୟାଲେଣ୍ଡରରେ ଆଂଶିକ ପରିବର୍ତ୍ତନ କରାଯାଇଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟରେ କେବଳ ଭର୍ଚୁଆଲ ମୋଡ୍‌ରେ ମାମଲା ଶୁଣାଣି ହେବ।

ସେହିଭଳି ଭାବେ ନିମ୍ନ ଅଦାଲତ (ସବ୍‌ଅର୍ଡିନେଟ୍ କୋର୍ଟ) ପାଇଁ ମଧ୍ୟ ଗ୍ରୀଷ୍ମ ଅବକାଶ ଆଗୁଆ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ନିମ୍ନ ଅଦାଲତରେ ମେ ୨୨ ତାରିଖ ପରିବର୍ତ୍ତେ ମେ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ୍ ୫ରେ ଶେଷ ହେବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୭ରେ ନିମ୍ନ ଅଦାଲତ ଖୋଲିବ। ଅନ୍ୟପକ୍ଷରେ ଜୁନ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରଜ ଉତ୍ସବ ପାଇଁ ଅଦାଲତ ଛୁଟି ରହିବ। ଅବକାଶ ସମୟରେ ନିମ୍ନ ଅଦାଲତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe