୪ ଜିଲ୍ଲାରେ ଭୂମିକମ୍ପ

Advertisment
ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ

Tribune India

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟର ୪ ଜିଲ୍ଲାରେ ମୃଦୁ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ପୂର୍ବାହ୍ନ ୧୧ଟା ୧୯ ମିନିଟ୍‌ରେ ଅଳ୍ପ ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଥିବା କୁହାଯାଇଛି। ଏଥିସହ ଏହା ଭୂପୃଷ୍ଠରୁ ୧୦ କିମି ଗଭୀରତା ଯାଏ ପରିବ୍ୟାପ୍ତ ଥିଲା। ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ଦିଆଯାଇଛି। ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଭୂକମ୍ପର ତୀବ୍ରତା କମ୍‌ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe