ଆକାଶରୁ ଅଗ୍ନି ବର୍ଷା, ଜୀବନ କଲବଲ: ମାଟି ହାଣ୍ଡିର ଚାହିଦା ବଢ଼ିଲା

Advertisment
ଆକାଶରୁ ଅଗ୍ନି ବର୍ଷା, ଜୀବନ କଲବଲ: ମାଟି ହାଣ୍ଡିର ଚାହିଦା ବଢ଼ିଲା

ଜୟପୁର: ଲଗାତାର ବଢୁଛି ପାରଦ। ଲାଗୁଛି। ସତେକି ଆକାଣରୁ ନିଆଁ ବର୍ଷା ହେଉଛି। ଏ ଭିତରେ ସହର ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଲାଣି। ଆଗକୁ ତାତି ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ନିଆଁ ବର୍ଷାକୁ ଦେଖି ଏ ବର୍ଷର ତାତି ସବୁ ରେଚର୍ଡ ଭାଙ୍ଗିବ ବୋଲି ସହରରେ ଚର୍ଚ୍ଚା ହେଉଛି। ଦିନ ଏବଂ ରାତିର ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିଛି। ସୂର୍ଯ୍ୟ ଉଇଁବା ମାତ୍ରେ ଆରମ୍ଭ ହେଉଛି ଖରା। ପୂର୍ବାହ୍ନ ୮ରୁ ତାପମାତ୍ରା ଧୀରେଧୀରେ ବଢ଼ି ଅପରାହ୍ଣ ୩ଟା ବେଳକୁ ଶିଖରରେ ପହଞ୍ଚୁଛି। ଘରୁ ବାହାରିଲେ ଦେହରେ ନିଆଁ ଗେଞ୍ଜି ହେବା ଭଳି ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅପରପକ୍ଷରେ ଏଥରକ ଗ୍ରୀଷ୍ମବକାଶ ମେ ଏକ ତାରିଖରୁ ହେବା ସମ୍ଭାବନା ରହିଛି। ଖରା ପ୍ରକୋପରେ ଜୀବନଯାତ୍ରା ବ୍ୟାହତ ହୋଇଛି । ଖରା ବଢ଼ିବା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି।

ଏହି ସ୍ଥିତିରେ ମାଟିହାଣ୍ଡିର ଚାହିଦା ବଢ଼ିଛି। ଜୟପୁର ଦୈନିକ ବଜାରକୁ ବୁଧବାର ଆସିଥିବା ଶହେ ଟି ହାଣ୍ଡି ବିକ୍ରି ହୋଇଥିବା କହିଛନ୍ତି କୁମ୍ଭାରପୁଟର ମହିଳା ଓ ପୁରୁଷମାନେ। ସେଭଳି ସବୁ ଦିନ ହାଣ୍ଡି ବିକ୍ରୀ ହେଉଥିବା କହିଛନ୍ତି କିଛି କୁମ୍ଭକାର ଓବ୍ୟବସାୟୀ।

ପରିବେଶ ପାଇଁ ଏହା ଅନୁକୂଳ ହୋଇଥିବା ବେଳେ ଏହାର ମୂଲ୍ୟ ମଧ୍ୟ ଶସ୍ତା ଥିବାରୁ ପୁରପଲ୍ଲୀ ଓ ଗ୍ରାମାଞ୍ଚଳର ଗରିବ ପରିବାର ଆଜି ବି ମାଟିପାତ୍ର ବ୍ୟବହାର କରି ଆସୁଛନ୍ତି। ଆଜିର ବଜାର ଦରରେ ଗୋଟିଏ ମାଟି ସୁରେଇ ବା ମାଟି ହାଣ୍ଡି ୫୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଛୋଟ ପାତ୍ରଗୁଡ଼ିକ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ମୋତି କୁମ୍ଭାର। । କୁମ୍ଭାର ପରିବାର କହିଛନ୍ତି, ପ୍ରାକୃତିକ ଉପାୟରେ ଏସବୁ ତିଆରି ହେଉଥିବାରୁ ଶରୀରକୁ ଏହା ନିରୋଗ ରଖିଥାଏ । କିନ୍ତୁ ଖରାଦିନ ଚାଲିଗଲେ ଲୋକେ ମାଟିପାତ୍ର ଠାରୁ ମୁହଁ ଫେରେଇ ନିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe