ଗଞ୍ଜାମ, ଗଜପତିରେ ମୃଦୁ ଭୂକମ୍ପ : ରିକ୍ଟର୍ ସ୍କେଲ୍‌ରେ ତୀବ୍ରତା ୩.୮, କୌଣସି କ୍ଷୟକ୍ଷତି, ମୃତାହତ ହୋଇ ନଥିବା ସୂଚନା

Advertisment
ପାଟନାରେ ୩.୫ ତୀବ୍ରତାର ଭୂକମ୍ପ

ndtv

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ୩.୮ ଥିଲା। ଭୂପୃଷ୍ଠ ଠାରୁ ୧୬ କିଲୋମିଟର ଗଭୀରତାରେ ଏହା ସୃଷ୍ଟି ହୋଇଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ସାହୁ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଠାରୁ ପ୍ରାୟ ୭୩ କିଲୋମିଟର ଦୂରରେ ଦକ୍ଷିଣ-ପଶ୍ଚିମ ଇଲାକା ଅର୍ଥାତ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ରହିଥିବା ପାଣିପାଗ ବିଭାଗ କହିଛି।

ସକାଳ ୭ଟା ୧୦ ମିନିଟ୍‌ରେ ଭୂମିକମ୍ପ ୫ରୁ ୭ ସେକେଣ୍ଡ୍ ଧରି ଅନୁଭୂତ ହୋଇଥିଲା। ଯାହାର ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନୁଭୂତ ହୋଇଥିଲା। ଆମ ପାତ୍ରପୁର ପ୍ରତିନିଧିଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ଲକର ଖାରିଆଗୁଡ଼ା, ଆଙ୍କୁଲି, ପଦାଦିଗି, ତୁରୁବୁଡି, ସୁରଙ୍ଗି, ମନ୍ଦରଡା, ତଣ୍ଡିପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭୂମିକମ୍ପ ପ୍ରଭାବରେ ଘରଦ୍ବାରା ଦୋହଲିଥିଲା। ଫଳରେ ଲୋକେ ପଦାକୁ ଚାଲିଆସିଥିଲେ। ସେହିପରି ସାନଖେମୁଣ୍ଡି ବ୍ଲକ୍ ପ୍ରତିନିଧିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାଟପୁର, ଟି.ଗୋବିନ୍ଦପୁର, ତପ୍ତପାଣି, ପୁଡ଼ାମାରୀ, ପଟ୍ଟିଗୁଡ଼ା, କଂସାମାରୀ, ଡେଙ୍ଗାଓସ୍ତା, ମୌଳାଭଞ୍ଜା ଓ ଚୁଡ଼ଙ୍ଗପଦର ଆଦି ଗ୍ରାମରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମଧ୍ୟ ମୃତାହତ ହୋଇ ନଥିବା ସୂଚନା ମିଳିଛି। ସେହିପରି ଦିଗପହଣ୍ଡି ବ୍ଲକ୍ ଏସ୍‌.ଟିକରପଡ଼ା, ଫାଶିଗୁଡ଼ା ପଞ୍ଚାୟତର ଜକମେରୀପଲ୍ଲୀ ଗ୍ରାମରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲେ। ‌ଲୋକେ ପଦାକୁ ଚାଲି ଆସିଥିଲେ।

ଅନ୍ୟପକ୍ଷରେ ଗଜପତି ଜିଲ୍ଲାର ମୋହନା, ଅଡ଼ବା ଓ ଆର୍‌.ଉଦୟଗିରି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ମୋହନା ଓ ଆର୍‌.ଉଦୟଗିରି ବ୍ଲକର ପାରିଭେଟା ଓ ତାଣିଗୁଡ଼ା ଗ୍ରାମାଞ୍ଚଳରେ ଘରଦୋହଲିବାରୁ ଭୟରେ ଲୋକ ମାନେ ପଦାକୁ ଚାଲି ଆସିଥିଲେ। ତେବ‌େ କୌଣସି କ୍ଷୟକ୍ଷତି ହୋଇ ନଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe