ଭଞ୍ଜନଗରରେ ମୃଦୁ ଭୂ-କମ୍ପ

Advertisment
ଦିଲ୍ଲୀରେ ପୁଣି ଭୂକମ୍ପ: ୨୪ ଘଣ୍ଟାରେ ଦ୍ବିତୀୟ ଝଟ୍‌କା, ପଶ୍ଚିମ ଦିଲ୍ଲୀରେ ଭୂକମ୍ପର କେନ୍ଦ୍ର

NDTV.com

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଇଲାକାରେ ଶୁକ୍ରବାର ଭୋର୍‌ ପ୍ରାୟ ୪ଟା ବେଳେ ପ୍ରାୟ ୨ରୁ ୩ ସେକେଣ୍ଡ୍‌ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ଲୋକେ ଶୋଇଥିବା ବେଳେ କିଛି ଲୋକ ଭୂମି ଥରି ଉଠିଥିବା ପ୍ରକାଶ କରିଥିଲେ। ଏହାର କିଛି ମିନଟ୍‌ ବ୍ୟବଧାନରେ ପୁଣି ମୃଦୁ ଭୂ-କମ୍ପ ଅନୁଭୂତ ହୋଇଥିବା ସହରବାସୀ ପ୍ରକାଶ କରିଛନ୍ତି।

ଭୂମିକମ୍ପ ହେବା ସମୟରେ କିଛି ଲୋକ ଫୁଲ ତୋଳିବାକୁ ପାଇଁ ଉଠିଥିବା ବେଳେ କିଛି ପ୍ରାତଃ ଭ୍ରମଣରେ ବାହାରିଥିଲେ। ସେମାନେ ଭୂ-କମ୍ପଝଟ୍‌କା ଅନୁଭବ କରିଥିବା ପ୍ରକାଶ କରିଛନ୍ତି। କିଛି ଘରେ ବାସନ କୁସନ ତଳେ ପଡ଼ିଯିବା ଖବର ମିଳିଛି। ଭୂମିକମ୍ପ ନେଇ ସରକାରୀ ସ୍ତରରେ ‌କୌଣସି ତଥ୍ୟ ମିଳି ନଥିବା ବେଳେ ରିକ୍ଟର ସେଲ୍‌ରେ ଏହାର ତୀବ୍ରତା ବହୁତ କମ୍‌ ରହିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe