ପୂର୍ବତଟ ରେଳପଥର ରେକର୍ଡ: ୨୩୨.୧୩ ନିୟୁତ ଟନ୍‌ ମାଲ୍‌ ପରିବହନ

Advertisment
ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ଯୋଗାଣ ପାଇଁ ରେଳବାଇର ଅତିରିକ୍ତ ରେକ୍ ବ୍ୟବହାର

The Economic Times

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୧ ଏପ୍ରିଲ୍‌ ପହିଲାରୁ ଗତ ମାର୍ଚ୍ଚ ୩୧ ସୁଦ୍ଧା ପୂର୍ବତଟ ରେଳପଥ ସର୍ବାଧିକ ମାଲ୍‌ ପରିବହନ କରି ଶୀର୍ଷ ସ୍ଥାନ ହାସଲ କରିଛି। କ୍ରମାଗତ ଭାବେ ୪ର୍ଥ ଥର ପାଇଁ ପୂର୍ବତଟ ରେଳପଥ ପଣ୍ୟ ପରିବହନରେ ଦେଶରେ ଶୀର୍ଷ ସ୍ଥାନରେ ରହିଛି। ନୂତନ ଜୋନ୍ ଆରମ୍ଭ ହେବା ଦିନରୁ ମାଲ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଲଗାତାର ଭାବେ ବର୍ଦ୍ଧିତ ପଣ୍ୟ ବୋଝେଇ ଓ ପରିବହନ କରିଆସୁଛି।

୨୦୨୧-୨୨ରେ ପୂର୍ବତଟ ରେଳପଥ ୨୩୨.୧୩ ନିୟୁତ ଟନ୍‌ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ୨୦୪.୯୦ ନିୟୁତ ଟନ୍‌କୁ ଅତିକ୍ରମ କରିଛି। ଯାହାକି ୧୩.୨୮% ଅଭିବୃଦ୍ଧି। ଏ ବାବଦରେ ପୂର୍ବତଟ ରେଳପଥ ପ୍ରାୟ ୨୩ ହଜାର ୧୨ କୋଟି ଟଙ୍କା ଆୟ କରିଛି। ଏହା ଭାରତୀୟ ରେଳପଥରେ ସର୍ବାଧିକ। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ତାଳଚେର ଅଞ୍ଚଳରୁ ୫୨.୮ ନିୟୁତ ଟନ୍‌ ପଣ୍ୟ ବୋଝେଇ କରିଥିବା ବେଳେ ପାରାଦୀପ ଅଞ୍ଚଳରୁ ୨୧.୬ ନିୟୁତ ଟନ୍‌, ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକରୁ ୨୧ ନିୟୁତ ଟନ୍‌, ଧାମରା ଅଞ୍ଚଳରୁ ୧୫.୨ ନିୟୁତ ଟନ୍‌, ବିଶାଖାପାଟଣା ଅଞ୍ଚଳରୁ ୧୪ ନିୟୁତ ଟନ୍‌, କୋଟ୍ଟଭଲସା ଅଞ୍ଚଳରୁ ୧୩.୭ ନିୟୁତ ଟନ୍‌, ଗଙ୍ଗାଭରମ ଅଞ୍ଚଳରୁ ୯.୯ ନିୟୁତ ଟନ୍‌, ଅଲୁମିନିୟମ୍‌ ୮ ନିୟୁତ ଟନ୍‌ ଓ ଅନ୍ୟାନ୍ୟ ପଣ୍ୟ ପରିବହନ ୨୦.୬ ନିୟୁତ ଟନ୍‌ ପରିବହନ କରାଯାଇଛି। ଖୋର୍ଦ୍ଧାରୋଡ୍‌, ୱାଲଟିୟର୍‌ ଓ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବପର ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ, ପ୍ରମୁଖ ପରିଚାଳନା ପ୍ରବନ୍ଧକ ପ୍ରମୋଦ କୁମାର ଜେନା ପଣ୍ୟ ପରିବହନ କ୍ଷେତ୍ରରେ ଜଡିତ ସମସ୍ତ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe