ପୂର୍ବତଟ ରେଳପଥ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା

Advertisment
ଆଜି କୋରାପୁଟ, ଝାରସୁଗୁଡ଼ାରେ ଟିକାକରଣ ହେବନି

Business Insider

ଭୁବନେଶ୍ବର : ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭାକ୍ସିନ୍‌ ଟିକା ଦିଆଯିବ। ଏହି ଟିକା ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି। ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ମୋଟ ୨୩୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ସେଥିମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ୧୦୦ଟି ଟିକା ଦିଆଯାଇଛି। ସେହିପରି ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଚିକିତ୍ସାଳୟରେ ୧୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ। ଖୋର୍ଦ୍ଧାରୋଡରେ ଟିକାକରଣ ଲାଗି କୋଭିସିଲ୍ଡ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଅଣାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏହି ଟିକା ପରିଚାଳନା ପାଇଁ ଯଥେଷ୍ଟ ସତର୍କତା ଓ ଯତ୍ନ ନେବାକୁ ରେଳପଥ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe