ପୂର୍ବତଟ ରେଳପଥକୁ ସଫଳତା: ଶହେ ନିୟୁତ ଟନ୍‌ ପଣ୍ୟ ପରିବହନ

Advertisment
ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

YouTube

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷ ତଥା ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୦ ମଧ୍ୟରେ ପୂର୍ବତଟ ରେଳପଥ ୧୦୦.୩୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି। ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି ମଧ୍ୟରେ ହୋଇଥିବା ପଣ୍ୟ ବୋଝେଇ ୭୭.୫୮ ନିୟୁତ ଟନ୍‌ ତୁଳନାରେ ୨୨.୭୨ ନିୟୁତ ଟନ୍‌ ଅଧିକ ପରିବହନ କରାଯାଇଛି। ଏହାଦ୍ବାରା ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ଲୋଡିଂ ଟାର୍ଗେଟ୍ ୯୫.୦୯ ନିୟୁତ ଟନକୁ ମଧ୍ୟ ପୂର୍ବତଟ ରେଳପଥ ଅତିକ୍ରମ କରିପାରିଛି। ପୂର୍ବତଟ ରେଳପଥର ୩ଟି ରେଳମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧାରୋଡ୍, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ୫୫.୨୮ ନିୟୁତ ଟନ୍‌ କୋଇଲା, ଷ୍ଟିଲ ପ୍ଲାଣ୍ଟ ପାଇଁ ୩.୬୬ ନିୟୁତ ଟନ୍‌ କଞ୍ଚାମାଲ, ୯.୬୨ ନିୟୁତ ଟନ୍‌ ଆଇରନ୍ ଆଣ୍ଡ ଷ୍ଟିଲ୍, ୧୪.୨୬ ନିୟୁତ ଟନ୍‌ ଲୁହାପଥର, ୦.୫୭ ନିୟୁତ ଟନ ସିମେଣ୍ଟ, ୧.୪୧ ନିୟୁତ ଟନ୍‌ ଖାଦ୍ୟଶସ୍ୟ, ୨.୪୩ ନିୟୁତ ଟନ ସାର, ୧.୦୭ ନିୟୁତ ଟନ୍‌ ତୈଳ ଜାତୀୟ ଦ୍ରବ୍ୟ, କଣ୍ଟେନରରେ ୧.୮୭ ନିୟୁତ ଟନ୍‌ ମାଲ ପରିବହନ ଓ ଅନ୍ୟାନ୍ୟ କାର୍ଗୋ ୧୦.୧୪ ନିୟୁତ ଟନ୍‌ ପରିବହନ କରିପାରିଛି।

ତାଳଚେର, ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଓ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥାଙ୍କ ପାଇଁ ଏହା ସମ୍ଭବପର ହୋଇପାରିଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରୁ ୬୭.୧୯ ନିୟୁତ ଟନ୍‌ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ ୨୮.୨୪ ନିୟୁତ ଟନ୍‌ ଓ ସମ୍ବଲପୁର ରେଳମଣ୍ଡଳରୁ ୪.୮୩ ନିୟୁତ ଟନ୍‌ ପଣ୍ୟ ପରିବହନ ହୋଇଛି। ସେପ୍ଟେମ୍ବରର ପ୍ରଥମ ୧୦ ଦିନ ମଧ୍ୟରେ ରେଳପଥ ୬.୦୧ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe