ପୂର୍ବତଟ ରେଳବାଇରେ ଟେଣ୍ଡର ଫିକ୍ସିଂ ମାମଲା : ସିବିଆଇର ଖୋଳତାଡ଼, କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ

Advertisment
ପୋଷ୍ଟ ଅଫିସରେ ୯୩ ଲକ୍ଷ ଟଙ୍କାର ଘୋଟାଲା, ମାଲକାନଗିରିରେ ସିବିଆଇ ଚଢ଼ଉ

Image Source: Zee News

ଭୁବନେଶ୍ବର : ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ ଅଧୀନ ବିଭିନ୍ନ ରେଳ ଷ୍ଟେସନ୍‌ରେ ଟେଣ୍ଡର୍‌ ଫିକ୍ସିଂ ମାମଲାରେ ସିବିଆଇକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଛି। ଗତକାଲି ସିବିଆଇ ୧୫ଟି ଜାଗାରେ ଚଢ଼ଉ କରିଥିବା ବେଳେ ଆଜି ପୁଣି ଖୋଳତାଡ଼ କରିଛି। ସମ୍ପୃକ୍ତ ଠିକାଦାର ରାଜୀବ ଠାକୁର, କଟକସ୍ଥିତ ଠାକୁର ଏଣ୍ଟରପ୍ରାଇଜେସ୍ ଅଫିସ, ପୂର୍ବତଟ ରେଳପଥ କାର୍ଯ୍ୟାଳୟ, ସମ୍ବଲପୁର ଡିଭିଜନ୍ ସମେତ ସମ୍ପୃକ୍ତ ଅଧିକାରୀମାନଙ୍କ ଅଫିସ୍ ଓ ଘରେ ଚଢ଼ଉ କରି ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଟେଣ୍ଡର୍‌ ଫିକ୍ସିଂର ବ୍ଲୁ-ପ୍ରିଣ୍ଟ କେମିତି ପ୍ରସ୍ତୁତ ହୋଇଥିଲା, କେଉଁ ନିୟମକୁ ଖିଲାପ କରି ଠିକାଦାର ରାଜୀବ ଠାକୁରଙ୍କୁ ଟେଣ୍ଡର୍‌ ମିଳିଥିଲା, କେଉଁ ଅଧିକାରୀଙ୍କ ପାଖକୁ ଠିକାଦାର ରାଜୀବ ଠାକୁର ଆକାଉଣ୍ଟରୁ କେତେ ଟଙ୍କା ଯାଇଛି, ସମ୍ପୃକ୍ତ ଅଧିକାରୀଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି, ଠିକାଦାର କେଉଁ ଦାମୀ ଉପହାର ଦେଇଛନ୍ତି, ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ସିବିଆଇ। ଜବତ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିଛି ସିବିଆଇ ତଦନ୍ତକାରୀ ଟିମ୍। ସିବିଆଇ ଆଉ କିଛି ପ୍ରମାଣ ଅପେକ୍ଷାରେ ରହିଛି। ପ୍ରମାଣ ମିଳିଲା ପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରେ ସିବିଆଇ ରେଳପଥ ଠିକାଦାର ଓ ୭ ରେଳପଥ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏମାନଙ୍କ ବାଦ୍ ଆଉ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ସେ ନେଇ ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ଟିମ୍। ତଦନ୍ତ ବେଳେ ଯେଉଁମାନଙ୍କ ସମ୍ପୃକ୍ତି ପ୍ରମାଣ ମିଳିବ, ସେମାନଙ୍କ ନାଁ ଯୋଡ଼ାଯିବ ବୋଲି ଜଣାପଡ଼ିଛି। ସେହିପରି ରେଳପଥ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିଲେ ୮

ପୂର୍ବତଟ ରେଳପଥରେ ଜାଲ୍ ନିଯୁକ୍ତି ମାମଲାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ହୋଇଥିଲା। ୨୦୧୬ରେ ଏହି ମାମଲାର ତଦନ୍ତ କରୁଥିବା କମିସନରେଟ୍ ପୁଲିସ ପୂର୍ବତଟ ରେଳବାଇ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତିର ପର୍ଦ୍ଦାଫାସ୍‌ କରିଥିଲା। ଏହି ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପୂର୍ବତଟ ରେଳବାଇର ପୂର୍ବତନ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କୁ ମିଶାଇ ୮ଜଣଙ୍କୁ ଗିରଫ କରିଥିଲା। କର୍ମଚାରୀଙ୍କ କଳା କାରନାମା ଲାଗି ପୂର୍ବତଟ ରେଳବାଇକୁ ବଦନାମ୍ ହେବାକୁ ପଡ଼ିଥିଲା। ଏହି ମାମଲାକୁ ସମ୍ବେଦନଶୀଳ ବିବେଚନା କରିବା ସହ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ତଦନ୍ତ ପାଇଁ ସିବିଆଇକୁ ସୁପାରିସ୍‌ କରିଥିଲେ। ଅନ୍ୟ ଏକ ମାମଲାରେ ନୟାପଲ୍ଲୀ ଥାନା ପୁଲିସ ଜଣେ ଟେକ୍ନିସିଆନ୍‌ଙ୍କୁ ଗିରଫ କରିଥିଲା। ବହୁଚର୍ଚ୍ଚିତ ୨୦୦୯ ରେଳପଥ ଜାଲ୍‌ ନିଯୁକ୍ତି ମାମଲାରେ ସିବିଆଇ ପଶ୍ଚିମବଙ୍ଗରୁ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଥିଲା। ବିଭିନ୍ନ ସମୟରେ ଜାଲ୍ ନିଯୁକ୍ତି ଘଟଣାରେ ଗିରଫ ରେଳପଥ ଅଧିକାରୀଙ୍କୁ ଏବେ ଟେଣ୍ଡର୍‌ ଫିକ୍ସିଂ ତଦନ୍ତର ସାମ୍ନା କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe