ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କରେ ଅଚଳାବସ୍ଥା: କିଣାଯାଇ ପାରୁନି ସାଢ଼େ ୮ଲକ୍ଷ ଟଙ୍କାର ଫ୍ରିଜ୍‌

Advertisment

ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରି ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଅସ୍ଥିଶଲ୍ୟ ବିଭାଗ (ଅର୍ଥୋପେଡିକ୍‌)ରେ ଗତବର୍ଷ...

ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରି ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଅସ୍ଥିଶଲ୍ୟ ବିଭାଗ (ଅର୍ଥୋପେଡିକ୍‌)ରେ ଗତବର୍ଷ...

ssfsffs

Photograph: ( link.springer.com)

କଟକ: ପୂର୍ବ ଭାରତର ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରି ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଅସ୍ଥିଶଲ୍ୟ ବିଭାଗ (ଅର୍ଥୋପେଡିକ୍‌)ରେ ଗତବର୍ଷ ଅକ୍ଟୋବର ୮ତାରିଖରେ ନୂତନ ଅସ୍ଥି ବ୍ୟାଙ୍କକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିଲେ। ଏହି ଅସ୍ଥି ବ୍ୟାଙ୍କକୁ ଉଦ୍‌ଘାଟନ କରିବା ଅବସରରେ ଏହା ରାଜ୍ୟ  ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ ବୋଲି କହିଥିଲେ ମନ୍ତ୍ରୀ। କିନ୍ତୁ ଉଦ୍‌ଘାଟନର ୪ମାସ ପରେ ବି ଅସ୍ଥିକୁ ରଖିବା ପାଇଁ ଯେଉଁ ବିଯୁକ୍ତ ୮୦ ଡିଗ୍ରି ତାପମାତ୍ରାର ଫ୍ରିଜ୍ ଆବଶ୍ୟକ ତାହା ଏସ୍‌ସିବିକୁ ଆସିପାରୁନି। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ଘର ହେଉଛି, କିନ୍ତୁ ଚିକିତ୍ସା ବ୍ୟବସ୍ଥା ହେଉ ବା ଅନ୍ୟ କାର୍ଯ୍ୟ ପାଇଁ  ଜରୁରି ଥିବା ଉପକରଣ ଏସ୍‌ସିବିକୁ ଆସିପାରୁନି। ଏପଟେ କୋଟିକୋଟି ଟଙ୍କାର ଉପକରଣ ଓ ଯନ୍ତ୍ରାଂଶ କିନ୍ତୁ ବ୍ୟବହାର ହୋଇ ନପାରିବା ବା ଅଚଳ ହୋଇ ଖତ ଖାଇବାକୁ ବସୁଛି। ଯେମିତି କି ଯକୃତ ପ୍ରତିରୋପଣ ବ୍ୟବସ୍ଥା ୫ମାସ ହେଲା ବନ୍ଦ ରହିଥିବାରୁ ସେଥିରେ ଥିବା ଉପକରଣ, ଏକ୍‌ମୋ ମେସିନ୍‌ ଇତ୍ୟାଦି ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। 

କିଣାଯାଇ ପାରୁନି ସାଢ଼େ ୮ଲକ୍ଷ ଟଙ୍କାର ଫ୍ରିଜ୍‌
ବିଯୁକ୍ତ ୮୦ ଡିଗ୍ରି ତାପମାତ୍ରାରେ ରହିବ ଅସ୍ଥି
ଓଏସ୍‌ଏମ୍‌ସିଏଲ୍‌ ମୋହରକୁ ଅପେକ୍ଷା

କଟକ ବଡ଼ ଡାକ୍ତରଖାନାରେ ପ୍ରଥମ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ତେବେ ଅସ୍ଥି ବ୍ୟାଙ୍କରେ ଅସ୍ଥି କିପରି ସଂରକ୍ଷିତ ରଖାଯିବ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ। ଅସ୍ଥି ସଂରକ୍ଷଣ ପାଇଁ  ବିଯୁକ୍ତ ୮୦ ଡିଗ୍ରି ତାପମାତ୍ରାର ଫ୍ରିଜ୍ ଆବଶ୍ୟକ। ଏଭଳି ସ୍ଥିତିରେ ଅସ୍ଥି ନ ରଖିଲେ, ତାହା ଖରାପ ହୋଇଯିବ। ଏହି ଫ୍ରିଜ୍‌ର ଦାମ୍‌ ସାଢ଼େ ୮ଲକ୍ଷ ଟଙ୍କା। ଏଥିପାଇଁ ଟଙ୍କା ଥିଲେ ବି ଫ୍ରିଜ୍‌ କିଣା ହୋଇପାରୁନି। ସେଥିପାଇଁ ଓଏସ୍‌ଏମ୍‌ସିଏଲ୍‌କୁ ଏସ୍‌ସିବି ପକ୍ଷରୁ ଚିଠି ଦିଆଯାଇଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କିଣା ଯାଇପାରୁନି। ଫ୍ରିଜ୍ ଯୋଗାଣକୁ ନେଇ ଆଗକୁ ଅସ୍ଥି ବ୍ୟାଙ୍କ ପ୍ରଭାବିତ ‌ହେବାର ଆଶଙ୍କା ସୃଷ୍ଟି ହୋଇଛି। ଉଦ୍‌ଘାଟନ ସମୟରେ ଅସ୍ଥି ବ୍ୟାଙ୍କରେ ୨୯ ପ୍ରକାର ଅସ୍ଥି ସଂରକ୍ଷିତ କରି ରଖାଯାଇଥିବା କୁହାଯାଇଥିଲା। ଅସ୍ଥି ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କର ଅସ୍ଥି ଏଠାରେ ସଂରକ୍ଷିତ ହୋଇ ରହିବ ଏବଂ ଆବଶ୍ୟକ ଥିବା ରୋଗୀଙ୍କ ଶରୀରରେ ତାହାକୁ ପ୍ରତିରୋପଣ କରିବାର ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe