Eating mushroom expensive: Couple in critical condition Photograph: (sambad.in)
ରାଉରକେଲା: ବିଷାକ୍ତଛତୁ ଖାଇ ପତିପତ୍ନୀ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ବେଦବ୍ୟାସ ଗୋପପାଲିର ସୁମନ୍ତି ଲୁଗୁନ୍ (୫୦) ଓ ତାଙ୍କ ସ୍ବାମୀ ମୁକୁଟ ଲୁଗୁନ୍(୬୦)। ପୂର୍ବରୁ ପରିବାର ଲୋକେ ଦୁଇଥର ପାହାଡ଼ି ଛତୁ ଆଣି ରୋଷେଇ କରି ଖାଇଥିଲେ।
ଶୁକ୍ରବାର ସକାଳେ ମୁକୁଟ ନିକଟସ୍ଥ ପାହାଡ଼କୁ ଛତୁ ଆଣିବାକୁ ଯାଇଥିଲେ। ମଧ୍ୟାହ୍ନରେ ରୋଷେଇ କରି ଉଭୟ ପତିପତ୍ନୀ ଖାଇଥିଲେ। ତେବେ ପିଲାମାନେ ଖାଇ ନଥିଲେ।
ଖାଇବାର ପ୍ରାୟ ଘଣ୍ଟାଏ ପରେ ଉଭୟଙ୍କୁ ଝାଡ଼ା ବାନ୍ତି ହୋଇଥିଲା। ଝାଡ଼ା ବାନ୍ତି ବନ୍ଦ ନହେବାରୁ ପରିବାର ଲୋକେ ଦୁହିଁଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। ଏବେ ସହରର ରାସ୍ତାପାର୍ଶ୍ବରେ ଭଳିକି ଭଳି ଛତୁ ବିକ୍ରି ହେଉଛି। ସହରବାସୀ ଛତୁ ବିଷାକ୍ତ କି ନାହିଁ ଯାଞ୍ଚ୍ ନ କରି ଖାଉଛନ୍ତି।
sundargarh | mushroom
Follow Us