ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଆଜି ନିର୍ବାଚନ କମିସନ ବରଗଡ଼ ଏସ ପିଙ୍କୁ ସେଠାରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ବଦଳି ନେଇ ମଧ୍ୟାହ୍ନ ୧୨ଟା ସୁଦ୍ଧା ନିବାଚନ କମିସନ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ବି ଜେ ପିର ଏକ ପ୍ରତିନିଧିମଣ୍ଡଳି ନୂଆଦିଲ୍ଲୀଠାରେ ନିର୍ବାଚନ କମିସନଙ୍କୁ ଭେଟି ବରଗଡ଼ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ପୁଲିସ ଅଧିକ୍ଷକ ବି ଯୁଗୋଳ କିଶୋର ବି ଜେ ଡିର ଏଜେଣ୍ଟ ପରି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେମାନେ ଦାବି କରିଥିଲେ ଯେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳି ଉପ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏହି ଦୁଇ ଅଧିକାରୀଙ୍କୁ ସେମାନଙ୍କ ପଦବିରୁ ହଟାଇବା ଜରୁରି। ଏହି ମର୍ମରେ ଆଜି ନିର୍ବାଚନ କମିସନ ଏସ୍ପି ବି ଯୁଗୋଳ କିଶୋରଙ୍କୁ ତୁରନ୍ତ ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଜେପୁର ଉପନିର୍ବାଚନ: ବରଗଡ଼ ଏସପିଙ୍କ ଅପସାରଣ ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ
Advertisment
Follow Us