ଡିଏସ୍‌ କୁଟ୍ଟେଙ୍କୁ ନିଲମ୍ବନ ନେଇ ବିଜେପି କହିଲା- ନିର୍ବାଚନ କମିସନରଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ରକୁ ସୁଦୃଢ କରୁଛି

ଡିଏସ୍‌ କୁଟ୍ଟେଙ୍କୁ ନିଲମ୍ବନ ନେଇ ବିଜେପି କହିଲା- ନିର୍ବାଚନ କମିସନରଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ରକୁ ସୁଦୃଢ କରୁଛି

ଭୁବନେଶ୍ବର: ବରିଷ୍ଠ ଆଇପିଏସ ଡି ଏସ୍‌ କୁଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ନିର୍ବାଚନ ଆୟୋଗ। ଏନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି। ଆଜି ଗଣତନ୍ତ୍ର ବିଜୟ ହୋଇଛି। ନିର୍ବାଚନ କମିସନରଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ରକୁ ସୁଦୃଢ କରୁଛି। ରାଜ୍ୟ ବିଜେପି ଏନେଇ ବାରମ୍ବାର ନିର୍ବାଚନ କମିସନରଙ୍କ ପାଖରେ ତଥ୍ୟ ଦିଆଯାଇଛି। ତାମିଲ ବାବୁଙ୍କ ଇସିଆରରେ କାର୍ଯ୍ୟ କରୁଛନ୍ତି ଡି ଏସ୍‌ କୁଟେ ଓ ଆଶିଷ ସିଂହ। ଏମାନେ ବିଜେଡି ଦଳର ଚମଚାଗିରି କରୁଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ଏମାନେ କାର୍ଯ୍ୟ କରୁଥିଲେ। ଏମାନେ ବିଭିନ୍ନ ରାଜ୍ୟରେ ହିଂସା ଭିଆଇଛନ୍ତି। ଆଶିଷ ସିଂ ନେତାଙ୍କୁ ବନ୍ଧୁକ ମୁନରେ ପୂର୍ବରୁ ଡରାଉଥିଲେ। ପୁଲିସ ଗାଡିରେ ଟଙ୍କା ବାଣ୍ଟିଥିଲେ ଆଶିଷ ସିଂ।

ସ୍ବାସ୍ଥ୍ୟ ଖରାପ କେହି ଛୁଟିରେ ରହି ଲୋକଙ୍କୁ ଡରାଇ ଭୋଟକୁ ଭୂତାଉଥିଲେ ଆଶିଷ ସିଂ। ଏମାନେ ଭାରତୀୟ ପ୍ରଶାସନିକ ସେବା ନାମରେ କଳଙ୍କ। ଏମାନେ ଦାଗି। ଏହା ପୁଲିସକୁ ନିନ୍ଦିତ କରିଛି। ଏପରିକି ଆମ ପ୍ରାର୍ଥୀଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହ ବିଭିନ୍ନ ଜାଗାରେ ଧମକ ଦେଇଛି ପୁଲିସ। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ବର୍ତମାନ ରାଜ୍ୟ ଚଳାଇବାକୁ ଅସମର୍ଥ ଅଛନ୍ତି। ଏପରିକି ଓଡ଼ିଶାର କୌଣସି ନେତୃତ୍ୱକୁ ସ୍ବୀକାର କରିନାହାଁନ୍ତି। ଅନ୍ୟପଟେ ଜଣେ ବାହାର ଲୋକଙ୍କୁ ନିଜ ଉତ୍ତର ଅଧିକାରୀ ଭାବେ ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୫ ତାମିଲଙ୍କୁ ନେଇ ୫ଟି ଗଠିତ ହୋଇଛି। ଏମାନେ ମିଶି ଓଡ଼ିଶାକୁ ଖୋଳ କରିବାକୁ ଚେଷ୍ଟା କରିଛନ୍ତି। ଏହାର ଜବାବ ଦେବେ ଓଡ଼ିଶା ଜନତା। ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କୁ ନିରପେକ୍ଷ କରିବା କାର୍ଯ୍ୟକୁ ନିର୍ବାହ କରିଛନ୍ତି ନିର୍ବାଚନ କମିସନର।

ସୂଚନାଯୋଗ୍ୟ, ଡିଏସ୍‌ କୁଟ୍ଟେଙ୍କୁ ଇସିଆଇ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ସେକ୍ରେଟାରି ଭାବେ କାମ କରୁଥିଲେ। ଭାରତୀୟ ନିର୍ବାଚନ କମିସନ ଏନେଇ ସିଇଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଡିଏସ୍‌ କୁଟ୍ଟେଙ୍କୁ ଆସନ୍ତାକାଲି ଦିନ ୩ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ଇସିଆଇ ବରିଷ୍ଠ ଆଇପିଏସ୍‌ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଏନେଇ ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୩୦ ତାରିଖ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ମେ’ ୩୧ ତାରିଖ ସୁଦ୍ଧା ଇସିଆଇଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe