ଭୁବନେଶ୍ବର : ଆସନ୍ତା ଅକ୍ଟୋବର ୧ତାରିଖରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହେବାକୁ ଥିବାବେଳେ ଏଥିପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନୀ ଭିନ୍ନ ଯୋଜନା କରିଛନ୍ତି। ଏହି ଦିନ ରାଜ୍ୟର ୧୦୦ବର୍ଷରୁ ଅଧିକ ୯୯୦୦ ଜଣ ମତାଦାତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟମାନଙ୍କୁ ମତଦାନ ପ୍ରତି ଉତ୍ସାହିତ କରାଯିବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ୧୦୦ବର୍ଷରୁ ଉର୍ଦ୍ଧ୍ବ ମତଦାତାଙ୍କୁ ଚିଠି ଲେଖିଛନ୍ତି।
ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ତାଙ୍କ ଅଞ୍ଚଳରେ ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧନା ଜଣାଇ ନିର୍ବାଚନ ଆୟୁକ୍ତଙ୍କ ପତ୍ର ହସ୍ତାନ୍ତର କରିବେ। ଏନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳମାନଙ୍କୁ ଉଦ୍ବୋଧନ ଦେଇ ବରିଷ୍ଠ ନାଗରିକମାନଙ୍କ ଉପଯୁକ୍ତ ଯାଞ୍ଚ କରି ସମ୍ମାନର ସହିତ ତାଙ୍କୁ ଏହି ପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିବାକୁ ନିବେଦନ କରିଛନ୍ତି।
Follow Us