The Financial Express
ଯାଜପୁରସଦର/ବିଂଝାରପୁର: ଗତ ୨୦ ତାରିଖରେ ପଞ୍ଚାୟତ ନିର୍ବାଚନ ସମୟରେ ବିଂଝାରପୁର ବ୍ଲକ୍ ବାଛୋଳ ପଞ୍ଚାୟତ ବାମଦେବପୁର ବୁଥ୍ ନିକଟରେ ଭିଡ଼ ଭିତରେ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ବିଂଝାରପୁର ଥାନା ଅନ୍ତର୍ଗତ ବାମଦେବପୁରର ରାଜକିଶୋର ମଲିକ ଓରଫ ରାଜୁଆ।
ଏହି ଘଟଣାରେ ପୁଲିସ ଏଯାଏ ୧୬ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗତ ୨୦ ତାରିଖରେ ବାଛୋଳ ପଞ୍ଚାୟତ ୨ ନମ୍ବର ବୁଥ୍ରେ ମତଦାନ ଚାଲିଥିବା ସମୟରେ କିଛି ଦୁର୍ବୃତ୍ତ ଭୋଟ୍ବାକ୍ସ ଫିଙ୍ଗିଦେବା ସହ ଜଣେ ଟିଭି ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଆଜି ରାଜୁଆକୁ ଗିରଫ କରାଯିବା ସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି ବୋଲି ଯାଜପୁର ଏସ୍ପି ରାହୁଲ ପି.ଆର. କହିଛନ୍ତି।
Follow Us