IndiaMART
କଟକ : ହାରାହାରି ଭାବେ ବିଚାର କଲେ ଗୋଟିଏ ଏକ୍ମୋ ମେସିନ୍ର ଦାମ ୩୦ ଲକ୍ଷ ଟଙ୍କାରୁ ଅଧିକ। କଟକର ଏସସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ରହିଛି ୯ଟି ଏକ୍ମୋ ମେସିନ୍। ୨ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଏହି ମେସିନ୍ ୬ ମାସରୁ ଅଧିକ ହେଲାଣି ଅବ୍ୟବହୃତ ସ୍ଥିତିରେ ପଡ଼ି ରହିଛି। କେହି ଜଣେ ବି ରୋଗୀ ଏଥିରୁ ଉପକୃତ ହୋଇ ପାରୁନାହାନ୍ତି। ଏକ୍ମୋ ମେସିନ୍ ଥିବା କକ୍ଷ ତାଲା ବନ୍ଦ ହୋଇ ପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଏଭଳି ସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ୨୦୨୧ ଅଗଷ୍ଟ ୨୭ କୋଭିଡ୍ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ମୋ ବ୍ୟବସ୍ଥାର ଲୋକାର୍ପଣ କରିଥିଲେ। ଏକ୍ମୋ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ କଟକ ବଡ଼ ମେଡିକାଲରେ ସରକାର ତାହାକୁ ସଂପୂର୍ଣ୍ଣ ମାଗଣା କରିଥିଲେ। ସମଗ୍ର ପୂର୍ବ ଭାରତରେ ବି କୌଣସି ସରକାରୀ ଅଥବା ବେସରକାରୀ ବ୍ୟବସ୍ଥାରେ ଏତେ ସଂଖ୍ୟକ ଏକମୋ ମେସିନ୍ ନାହିଁ। କିନ୍ତୁ ଅନେକ ଆଶା ସଂଚାର କରିଥିବା ଏହି ଚିକିତ୍ସା ବ୍ୟବସ୍ଥା ଏକ ପ୍ରକାର ବନ୍ଦ ଅବସ୍ଥାରେ ପଡି ରହିବା ଘଟଣା ଉଦବେଗର କାରଣ ହୋଇଛି।
Sambadଗଲା ଦେଢ ବର୍ଷ ଭିତରେ ଏକ୍ମୋରେ ଚିକିତ୍ସିତ ହୋଇଛନ୍ତି ୧୫ ଜଣ ରୋଗୀ। କିନ୍ତୁ ୬ ମାସରୁ ଅଧିକ ହେଲାଣି ଏସ୍ସିବି ଏକ୍ମୋ ୟୁନିଟ୍ରେ ତାଲା ଝୁଲୁଛି। ଏକ୍ମୋ କେବଳ କୋଭିଡ୍ ସଂକ୍ରମଣରେ ଗୁରୁତର ରୋଗୀ ତଥା ଫୁସ୍ଫୁସ୍ କାମ କରୁନଥିବା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହୁଏ ନାହିଁ, ଅନ୍ୟ ଅନେକ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବି ଏହା ବ୍ୟବହାର ହୁଏ। କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଯାଏ ଏହାର ବ୍ୟବହାରକୁ ନେଇ ମାର୍ଗ ଦର୍ଶିକା ଜାରି କରି ନଥିବାରୁ ବର୍ତ୍ତମାନ ଏକମୋ ମେସିନ ବ୍ୟବହାର ନହୋଇ ପଡି ରହିଛି। ଏଭଳି ସ୍ଥିତି ଜାରି ରହିଲେ ଏହି ୨ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ମେସିନ ସଂପୂର୍ଣ୍ଣ ଅଚଳ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଏକମୋ ମେସିନରେ ସାପ କାମୁଡାରେ ଗୁରୁ୍ତର ରୋଗୀ, ପାଣିରେ ବୁଡିଯାଇ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା, ବିଷକ୍ରିୟା, ନିମୋନିଆ, ହାର୍ଟ ଆଟାକ୍, ଫୁସ୍ଫୁସ୍, ଛାତି, ହୃତ୍ପିଣ୍ଡରେ ହେଉଥିବା କ୍ଷତ, ଟ୍ରାନ୍ସପ୍ଲାଣ୍ଟ ଆଦି ବିଭିନ୍ନ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇପାରିବ। କିନ୍ତୁ ସେଭଳି ଗୁରୁତର ରୋଗୀଙ୍କୁ ଏକ୍ମୋ ରେଫର କରାଯିବ କି ନାହିଁ, ସେ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିବା କଥା। କିନ୍ତୁ ସେପରି ହୋଇ ନଥିବାରୁ ଏକମୋ ମେସିନ ଅବ୍ୟବହୃତ ସ୍ଥିତିରେ ପଡି ରହିଛି।
ଏସ୍ସିବିରେ ଆଗକୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଯୋଜନା ରହିଥିବା ବେଳେ ସେ ସମୟରେ ଏକ୍ମୋର ଆବଶ୍ୟକତା ପଡିବ। ଯେହେତୁ ଏକ୍ମୋ ୟୁନିଟ୍ରେ ରୋଗୀ ନାହାନ୍ତି ଏହା ବନ୍ଦ ପଡିଛି ତେଣୁ ନିଯୁକ୍ତି ପାଇଥିବା ଅନେକ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଏକ୍ମୋ ନିଶ୍ଚେତକ ୪ଜଣ ଥିବାବେଳେ ଏବେ ୨ଜଣ ଅଛନ୍ତି। ଇସିଜି ଟେକ୍ନିସିଆନ ୮ଜଣ ଥିଲେ ଏବେ ମାତ୍ର ୨ଜଣ ଅଛନ୍ତି।
Follow Us