ଏସ୍‌ସିବିରେ ଖାଲିପଡ଼ିଛି ଏକ୍‌ମୋ ୟୁନିଟ୍‌; ୯ଟି ମେସିନ୍ ରହିଛି, ବ୍ୟବହାର ହେଉନି

ଅନେକ ଜଟିଳ ରୋଗର ଚିକିତ୍ସା ହୋଇପାରନ୍ତା

ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

Worldorgs.com

କଟକ : ତିନି ମାସ ହେଲା ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଖାଲିପଡ଼ିଛି। ବିଭାଗରେ ୯ଟି ଏକ୍‌ମୋ ମେସିନ ଥିଲେ ବି ତାହା ବ୍ୟବହାରରେ ଆସୁନି। ପ୍ରଥମରୁ ‌କେବଳ କେତେଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବା ପରେ ଏହି କୋଟି କୋଟି ଟଙ୍କାର ମେସିନ୍ ଆଉ ବ୍ୟବହାର ‌ନହୋଇ ପଡ଼ିରହିଛି। ଏକ୍‌ମୋ ମେସିନ ଅନେକ ଜଟିଳ ଓ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବ୍ୟବହାରର ସୁଯୋଗ ଥିଲେ ବି ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ।

ହୃଦଘାତ, ଫୁସ୍‌ଫୁସ୍‌ରେ ନିମୋନିଆ ହୋଇ ‌ରୋଗୀ ଗୁରୁତର ହେବା, ପାଣିରେ ବୁଡ଼ିଯାଇ ଗୁରୁତର ହୋଇ ପଡିବା ଭଳି ରୋଗୀଙ୍କ ଚିକିତ୍ସାରେ ଏକ୍‌ମୋ ବ୍ୟବହାର ହୁଏ। ଏଭଳି ସମସ୍ୟାରେ ସାରାରାଜ୍ୟରେ ଅନେକ ରୋଗୀ ପଡୁଥିଲେ ମଧ୍ୟ ଏଥିପାଇଁ ଏଯାଏ ଏକ୍‌ମୋ ଚିକିତ୍ସା ବ୍ୟବସ୍ଥାକୁ ବ୍ୟବହାର କରାଯାଉନାହିଁ। କେବଳ କରୋନା ପାଇଁ ରାଜ୍ୟ ବାହାରକୁ ଆଉ ବ୍ୟୟବହୁଳ ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ ଯିବାକୁ ପଡ଼ିବନି, ମାଗଣାରେ ସରକାର ଏହି ସୁବିଧା ଯୋଗାଇ ଦେବାରେ ଭାରତରେ ପ୍ରଥମ ବୋଲି ଘୋଷଣା କରି ଏବେ ଏସ୍‌ସିବିରେ ୯ଟି ଏକ୍‌ମୋ ମେସିନ୍‌କୁ ପକାଇ ରଖାଯାଇଛି। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ହୁଏତ ରାଜ୍ୟରେ ଅନେକ ରୋଗୀ ଏହା ଦ୍ବାରା ଉପକୃତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe