ମିଳିପାରିଲାନି ଏକ୍‌ମୋ ଚିକିତ୍ସା ସୁବିଧା, ଜୀବନ ଯୁଦ୍ଧରେ ହାରିଗଲେ ଯୁବକ

ବାଇକ ଦୁର୍ଘଟଣାରେ ଜଣେ ମୃତ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ନୟା‌ଗଡ଼ : ପାଖାପାଖି ଏକ ସପ୍ତାହ ହେବ କରୋନା ସହ ସଂଗ୍ରାମ କରି ନୟ‌ାଗଡ଼ ମ୍ୟୁନିସିପାଲିଟି ଅଞ୍ଚଳର ଯୁବକ ଅମୂଲ୍ୟ ପରିଡ଼ା(୩୩) ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

ଭୁବନେଶ୍ବରରେ ଏକ ଘରୋଇ ହସ୍‌ପିଟାଲ୍‌ରେ ସେ କରୋନାରେ ସଂକ୍ରମିତ ହୋଇ ଭର୍ତ୍ତି ହୋଇଥିବାବେଳେ ତାଙ୍କର ଏକ୍‌ମୋ ଚିକିତ୍ସା ଆବଶ୍ୟକ ପଡ଼ୁଥିଲା। ଟଙ୍କା ଯୋଗାଡ଼ କରିବାକୁ ଗଣମାଧ୍ୟମର ସହାୟତା ନେଇଥିଲେ ସାଙ୍ଗସାଥୀ, ସମ୍ପର୍କୀୟଙ୍କ ସମେତ ବିଭିନ୍ନ ଅନୁଷ୍ଠାନ। ଏଥିପାଇଁ କିଛି ଲୋକ ଟଙ୍କା ଦାନ କରିଥିଲେ, କିନ୍ତୁ ଏହା ଯଥେଷ୍ଟ ନଥିଲା। ପାଖାପାଖି ୨ ଲକ୍ଷ ଟଙ୍କା ସଂଗ୍ରହ ହୋଇପାରିଥିଲା। ଏକ୍‌ମୋ ଚିକିତ୍ସା‌ ନିମନ୍ତେ ରୋଗୀଙ୍କୁ ଏୟାର ଆମ୍ବୁଲାନ୍‌ସ ଯୋଗେ ହାଇଦ୍ରାବାଦ କିମ୍ବା କଲିକତା ନେବାକୁ ପଡ଼ୁଛି। ଟଙ୍କା ଅଭାବ କାରଣରୁ ‌ଯାହା ଅମୂଲ୍ୟଙ୍କ କ୍ଷେତ୍ରରେ ହୋଇପାରିଲା ନାହିଁ। ଫଳରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe