ଖୋଲିଲା ବ୍ରଜରାଜନଗରର ଇକୋ ପାର୍କ

ଖୋଲିଲା ବ୍ରଜରାଜନଗରର ଇକୋ ପାର୍କ

ବ୍ରଜରାଜନଗର: କୋଭିଡ କଟକଣା ଯୋଗୁଁ ପ୍ରାୟ ଅଢ଼େଇ ବର୍ଷ ହେବ ବନ୍ଦ ରହିବା ପରେ ମଙ୍ଗଳବାର ଖୋଲିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର କଲେଜ ସମ୍ମୁଖ ଇକୋ ପାର୍କ। ପାର୍କ ଖୋଲିବା ପାଇଁ ପ୍ରାୟ ଏକ ମାସ  ବିଭିନ୍ନ ମରାମତି କାର୍ଯ୍ୟ କରାଯାଇଥିଲା। ଆଜି ସକାଳୁ ପୌରାଧକ୍ଷ ଯଜ୍ଞସେନୀ ଓରାମ ଅତିଥି ଭାବେ ଯୋଗ ଦେଇ ଏହାକୁ ଖୋଲିଥିଲେ।

କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ପୌର ଯନ୍ତ୍ରୀ ସୂର୍ଯ୍ୟମଣି ଗୁରୁ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଟେଲ ଉପସ୍ଥିତ ଥିଲେ। ପାର୍କ ସକାଳ ସାଢେ ୫ରୁ ସାଢେ ୯ଟା ଓ ଅପରାହ୍ନ ସାଢେ ୩ରୁ ସନ୍ଧ୍ୟା ସାଢ଼େ ୬ ପର୍ଯ୍ୟନ୍ତ ଖୋଲା ରହିବ। ପାର୍କରେ ଆବଶ୍ୟକ ବିକାଶ କାର୍ଯ୍ୟ ସପ୍ତାହେ ଭିତରେ ଶେଷ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ଆଜି ସକାଳେ ପିଲାମାନେ ଖୁସି ମନରେ ପାର୍କକୁ ଖୋଲିବାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe