ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ଜାତୀୟ ସମ୍ମିଳନୀ ଉଦଘାଟନ କଲେ ରାଜ୍ୟପାଳ

Advertisment
ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ଜାତୀୟ ସମ୍ମିଳନୀ ଉଦଘାଟନ କଲେ ରାଜ୍ୟପାଳ

ପୁରୀ: ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କ ସମ୍ମିଳନୀ ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହୋଇଛି । କୋଣାର୍କର ରାମଚଣ୍ଡୀଠାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗଦେଇଛନ୍ତି | କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗ ଦେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି।

publive-image

୨୪ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ ଯୋଗ ଦେବେ। ଏହି ଦୁଇ ଦିନିଆ ସମ୍ମିଳନୀରେ ସାରା ଦେଶର ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହେବ। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ବେଳାଭୂମିରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ‌ଏବଂ ସେଠାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀ ହେଉଥିବାରୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି।

ଇକୋ ରିଟ୍ରିଟ୍‌ରେ ମନ୍ତ୍ରୀ ଓ ସଚିବମାନଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାର ପର୍ଯ୍ୟଟନକୁ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସାମ୍ନାରେ ରଖାଯିବ। ଏହା ଦ୍ବାରା ରାଜ୍ୟର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe