ଇକୋ ରିଟ୍ରିଟ୍‌ ଉତ୍ସବର ଦ୍ବିତୀୟ ଦିନ, ବିଭୋର କଲା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ

Advertisment

୫୦ ପ୍ରତିଶତ ତମ୍ବୁ ଗୃହ ଲାଗିଲା ଭଡ଼ାରେ, ବାଲୁଖଣ୍ଡରେ ପରିବେଶ ପରିଭ୍ରମଣ ଆରମ୍ଭ

୫୦ ପ୍ରତିଶତ ତମ୍ବୁ ଗୃହ ଲାଗିଲା ଭଡ଼ାରେ, ବାଲୁଖଣ୍ଡରେ ପରିବେଶ ପରିଭ୍ରମଣ ଆରମ୍ଭ

ଇକୋ ରିଟ୍ରିଟ୍‌ ଉତ୍ସବର ଦ୍ବିତୀୟ ଦିନ, ବିଭୋର କଲା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ

କୋଣାର୍କ: କୋଣାର୍କ-ପୁରୀ ପୁରୁଣା ବେଳାମାର୍ଗ ପାର୍ଶ୍ବସ୍ଥ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମି‌ରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ରାଜ୍ୟର ପ୍ରଥମ ଇକୋ ରିଟ୍ରିଟ୍‌ ଉତ୍ସବର ଆଜି ଥିଲା ଦ୍ବିତୀୟ ଦିନ। ଏହି ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପର୍ଯ୍ୟଟକଙ୍କ ମନମୋହିଥିଲା। ଟେଣ୍ଟ୍‌ ସହର ଉତ୍ସବ ନାମରେ ପରିଗଣିତ ଏହି ଉତ୍ସବର ଦ୍ବିତୀୟ ଦିବସରେ ୫୦ଟି ଶୀତତାପ ନିୟନ୍ତ୍ରିତ ତମ୍ବୁ ଗୃହ ମଧ୍ୟରୁ ୫୦ ପ୍ରତିଶତ ଗୃହକୁ ପର୍ଯ୍ୟଟକମାନେ ରାତ୍ରିଯାପନ ପାଇଁ ଭଡ଼ାରେ ନେଇଥିବା ଜଣାପଡ଼ିଛି। ତେବେ ଉତ୍ସବର କେତେକ ଦିଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବା ସମୟରେ କିଛି ଅବ୍ୟବସ୍ଥା ପାଇଁ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି କୋଣାର୍କ-ପୁରୀ ବେଳାମାର୍ଗର କଇଁଛ ଘରଠାରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାରେ ଆଜି ଟ୍ରାଫିକ୍‌ ଅବ୍ୟବସ୍ଥା ଦେଖା ଯାଇଥିଲା। ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଥିଲା। ଏପରିକି ବରିଷ୍ଠ ଓ ଦିବ୍ୟାଙ୍ଗ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ପୂର୍ବରୁ ପର୍ଯ୍ୟଟନ ବିଭାଗର ବରି‌ଷ୍ଠ ଅଧିକାରୀମାନେ ପ୍ରସ୍ତୁତି ବୈଠକରେ ସୂଚନା ଦେଇଥିଲେ। ମାତ୍ର ଆଜି ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ସେହିପରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ପର୍ଯ୍ୟଟକମାନେ ଆଜି ବାଲୁଖଣ୍ଡ ପରିଭ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe