ଫୁର୍ଲିଝରଣରେ ଇକୋ ସପ୍‌ ଉଦ୍‌ଘାଟିତ

ଫୁର୍ଲିଝରଣରେ ଇକୋ ସପ୍‌ ଉଦ୍‌ଘାଟିତ

ଭବାନୀପାଟଣା : ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦ୍ୱାରା ଫୁର୍ଲିଝରଣରେ ଇକୋ-ସପ୍‌ ଉଦଘାଟିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଡିଏଫ୍ଓ ଟି.ଅଶୋକ କୁମାର, ରେଞ୍ଜର ମୁସ୍ତାଫା ସାଲେହା ମହମ୍ମଦ, ଫରେଷ୍ଟ ଷ୍ଟାଫ ଏବଂ ଲବଣେଶ୍ୱର ଗ୍ରାମର ମହିଳାମାନେ ଯୋଗ ଦେଇଥିଲେ।

ସୂଚନାଥାଉକି ସାଂସଦ ପାଣ୍ଠିରେ ଏହି ସପ୍‌ଟି ନିର୍ମିତ ହୋଇଛି। ଏହାପରେ ସାଂସଦ ଶଗଡ଼ା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ୫-ଟି ରୂପାନ୍ତରଣର କାର୍ଯ୍ୟକ୍ରମ ଓ ମୋ ସ୍କୁଲ୍‌ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଆଦର୍ଶ ପଞ୍ଚାୟତ ଶଗଡ଼ାର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଭବାନୀପାଟଣା ସଦର ବ୍ଲକ୍‌ ବିଡିଓ ପ୍ରୀତା କୁମାର, ଭବାନୀପାଟଣା ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଲବଣିଧର ମହାନନ୍ଦ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସେନାପତି ନାଏକ, ସରପଞ୍ଚ ରୁକ୍ମିଣୀ ନାଏକ, ବିଜେଡି ପଞ୍ଚାୟତ ସଭାପତି ଶୁକ୍ରୁ ନାଏକ, ନରେନ୍ଦ୍ର ନାଏକ, ଗୋବିନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe