ଏକ୍‌ମୋ ମେସିନ୍ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା

Advertisment
ସରକାରଙ୍କ ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତି କାଏମ୍: ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ

image source-new indian express

କଟକ: କରୋନା ଚିକିତ୍ସାରେ ଏକ୍‌ମୋ ମେସିନ୍ ପ୍ରସଂଗକୁ ନେଇ ହାଇକୋର୍ଟରେ ଆବେଦନ ଦାୟର ହୋଇଛି। ଭାରତୀୟ ବିକାଶ ପରଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏ ନେଇ ପୂର୍ବରୁ ମାମଲା ଦାୟର କରାଯାଇଥିବା ବେଳେ ତୁରନ୍ତ ଏକମୋ ମେସିନ୍ କ୍ରୟ ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ଅନ୍ତରୀଣ ଆବେଦନ ରୁଜୁ କରାଯାଇଛି।

ଆବେଦନରେ  ଦର୍ଶାଯାଇଛି ଯେ ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ବାଣ୍ଟି ପାରିବେ ବୋଲି ରାଜ୍ୟ ସରକାର ମେ ୧୭ରେ ଘୋଷଣା କରିଥିଲେ। ସରକାରୀ ପାଣ୍ଠି ଏପରି ଭାବେ ଖର୍ଚ୍ଚ କରିବା ପାଇଁ ଆଇନ ଅନୁସାରେ ଅନୁମତି ଦିଆଯାଇ ପାରିବନାହିଁ। ତୁରନ୍ତ ଏପରି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇ ବିଧାୟକମାନଙ୍କୁ ଘୋଷଣା ଆଧାରରେ ପ୍ରଦାନ କରାଯିବାକୁ ଥିବା ପ୍ରାୟ ସାଢେ ୭୩ କୋଟି ଟଙ୍କାକୁ ଏକ୍‌ମୋ ମେସିନ୍ କ୍ରୟରେ ବ୍ୟୟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏକ୍‌ମୋ ଚିକିତ୍ସା ଆବଶ୍ୟକ କରୁଥିବା ସବୁ ରୋଗୀ ଏହି ଚିକିତ୍ସା ପାଇ ପାରୁ ନାହାନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ମଧ୍ୟବିତ୍ତିଙ୍କ ପାଇଁ ଏହି ଚିକିତ୍ସା ପାଇବା ସ୍ବପ୍ନ।

ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ତୁରନ୍ତ ସମସ୍ତ ବଡ ମେଡିକାଲ ସହିତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଏକ୍‌ମୋ ମେସିନ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହାଦ୍ବାରା ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା ହୋଇ ପାରିବ। ମାମଲାରେ କେନ୍ଦ୍ର ସରକାର, ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ବତନ୍ତ୍ର  ରିଲିଫ କମିସନର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜୋ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe