ଭୁବନେଶ୍ୱର: ଅଲ ଓଡ଼ିଶା ଜିଲ୍ଲା ପରିଷଦ ସଭାପତି ସଂଘ ପକ୍ଷରୁ ଆଜି ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ସଭାପତିଙ୍କ କର୍ମକର୍ତା ନିର୍ବାଚନ ହେବା ସହିତ ୯ ଦଫା ଦାବି ଉପରେ ଆଲୋଚନା ହୋଇଥିଲା।
ସଂଘର ସଭାପତି ପ୍ରଫୁଲ୍ଲ ଦଳେଇ କହିଲେ, ଏନ୍ଏସି, ମ୍ୟୁନସିପାଲଟି ଓ ନିଗମର ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ରହିଛି। ମାତ୍ର ଜିଲ୍ଲା ପରିଷଦ ସଭାପତି ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ନାହିଁ। ତେଣୁ ଜିଲ୍ଲା ପରିଷଦ ସଭାପତିଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଉ। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପରିଷଦ ସହିତ ଡିଆରଡିଏର ମିଶ୍ରଣ କରାଯିବ ବୋଲି କହିଥିଲେ। ଏହି ମିଶ୍ରଣ ହେଲେ ଜିଲ୍ଲା ପରିଷଦ ସଭାପତିଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ। ସେହିପରି ଜିଲ୍ଲା ପରିଷଦ ସଭାପତି ଟିଏ/ଡିଏ ଓ ଏଚ୍ଆରରେ ବୃଦ୍ଧି ସହିତ ରାଜ୍ୟର ଜଣେ ମନ୍ତ୍ରୀ ପାଉଥିବା ଭତ୍ତା ପ୍ରଦାନ କରଯାଉ। ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପରିଷଦ ସଭାପତିଙ୍କୁ କ୍ୱାର୍ଟର୍ସ ପ୍ରଦାନ, ସଚିବାଳୟ ପାଇଁ ଗାଡ଼ି ପାସ୍, ଆଇଡି କାର୍ଡ ଓ ପ୍ରବେଶ ପାସ୍ ପ୍ରଦାନ କରାଯାଉ। ସ୍ଥାନୀୟ ଅଞ୍ଚଳର ଉନ୍ନତୀକରଣ ପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ବାର୍ଷିକ ୧କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ଭଳି ଦାବିକୁ ସଂଘ ପକ୍ଷରୁ ଜୋର ଦିଆଯାଇଛି। ଏସବୁ ଦାବି ନେଇ ସଂଘ ଆସନ୍ତା ୨୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବ ବୋଲି ଶ୍ରୀ ଦଳେଇ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସଂଘର ସଂପାଦକ ଜ୍ୟୋର୍ତିମୟ ଦଳେଇ, ଉପଦେଷ୍ଟା ଦିଜବର ରାଉତ, ପ୍ରଭୁ ଜାନି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us