ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧, କମିବ ଅଭିବୃଦ୍ଧି ହାର ଓ ମୁଣ୍ଡପିଛା ଆୟ

Advertisment

ରାଜ୍ୟରେ କେମିତି ଅଛି ଅର୍ଥନୀତି ସ୍ଥିତି, ଆସିଲା ରିପୋର୍ଟ

ରାଜ୍ୟରେ କେମିତି ଅଛି ଅର୍ଥନୀତି ସ୍ଥିତି, ଆସିଲା ରିପୋର୍ଟ

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧, କମିବ ଅଭିବୃଦ୍ଧି ହାର ଓ ମୁଣ୍ଡପିଛା ଆୟ

ଭୁବନେଶ୍ୱର: ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆଜି ବିଧାନସଭାରେ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି | କରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଚଳିତ ଆର୍ଥିକ ବର୍ଷରେ  ରାଜ୍ୟର ଅଭିବୃଦ୍ଧି ହାର କମିବ ଏବଂ ଏହା ବିଯୁକ୍ତ ୪.୯୨ ହେବ ବୋଲି ଆକଳନ କରାଯାଇଛି।

ରାଜ୍ୟ ଅର୍ଥନୀତି ଉପରେ କୋଭିଡର ଜୋରଦାର ପ୍ରଭାବ ପଡିଛି ଓ ଅର୍ଥନୀତି ସଂକୁଚିତ ହୋଇଥିବା ସର୍ଭେରୁ ଜଣାପଡ଼ିଛି । ୨୦୧୨-୧୩ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ଜାତୀୟ ହାର ଥିଲା ୬.୬ ପ୍ରତିଶତ । ତେବେ କରୋନା ପ୍ରଭାବରେ  ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ହାର ଵିଯୁକ୍ତ ୭.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର  ଵିଯୁକ୍ତ ୪.୯୨ ରହିବ। ଆଶ୍ବାସନାର ବିଷୟ ହେଲା, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ।

ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡ଼ିଶା ଆର୍ଥିକ ସଂକୋଚନ ହାର କମ ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧,୦୨,୧୫୬ ଟଙ୍କା ହେବ ବୋଲି ଆକଳନ କରାଯାଇଛି | ତେବେ ଚଳିତବର୍ଷ ମୁଣ୍ଡପିଛା ଆୟ ୨.୩୦ ପ୍ରତିଶତ କମିବ | କାରଣ ପୂର୍ବବର୍ଷ ରାଜ୍ୟର ମୁଣ୍ଡ ପିଛା ଆୟ ୧,୦୪,୫୬୬ ଟଙ୍କା ଥିଲା | ଗତବର୍ଷ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୨୪୧୦ ଟଙ୍କା ହ୍ରାସ ପାଇଛି | ୨୦୨୦-୨୧ରେ ଦେଶର ମୁଣ୍ଡପିଛା ଆୟ ୧,୨୬,୯୬୮ ଟଙ୍କା ରହିବ ବୋଲି ଆକଳନ କରାଯାଇଥିବା ବେଳେ ଦେଶ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଆୟ ୨୪,୮୧୨ ଟଙ୍କା କମ ରହିଛି | ସେହିପରି ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧ ପ୍ରତିଶତ କମ୍ ରହିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe