ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

Advertisment
ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର: ଏନ୍‌ଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିବ। ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ କଟକ, ସମ୍ବଲପୁର ଓ ବିଶାଖାପାଟଣା ଲାଗି ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଚାଲିବ।

ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ଆସନ୍ତାକାଲି (ସେପ୍ଟେମ୍ବର ୫ ତାରିଖ) ସନ୍ଧ୍ୟା ୫ଟାରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଅନୁଗୁଳରୁ କଟକ, ବ୍ରହ୍ମପୁରରୁ କଟକ, ପାରାଦୀପରୁ କଟକ, କେନ୍ଦୁଝରରୁ କଟକ, ବାଲେଶ୍ୱରରୁ କଟକ ଚାଲିବ। ବାଲେଶ୍ୱରରୁ କଟକ ସ୍ୱତନ୍ତ୍ର ଟ୍ରେନ ଛାଡ଼ିବାର ସମୟ ନିର୍ଦ୍ଧାରଣ ହୋଇନାହିଁ।

ସେହିପର ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ରାଉରକେଲାରୁ ସମ୍ବଲପୁର, କଣ୍ଟାବାଞ୍ଜିରୁ ସମ୍ବଲପୁର, ଆନ୍ଧ୍ରପ୍ରଦେଶର ଇଚ୍ଛାପୂରମରୁ ବିଶାଖାପାଟଣା ଚାଳିବ। ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ସେପ୍ଟେମ୍ବର ୬ ତାରିଖ ସକାଳେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe