ଏଥର କୋରାପୁଟରେ କାର୍ଯ୍ୟକ୍ଷମ ହେବ ଇକୋରିଟ୍ରିଟ!

Advertisment
ଏଥର କୋରାପୁଟରେ କାର୍ଯ୍ୟକ୍ଷମ ହେବ ଇକୋରିଟ୍ରିଟ!

କୋରାପୁଟ: ପୁଣି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୁଟସିଲରେ ହେବ ଇକୋରିଟ୍ରିଟ୍‌। ଏନେଇ କୋଣାର୍କରେ ରହିଥିବା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଡିସେମ୍ବର ଦ୍ବିତୀୟ ସପ୍ତାହରୁ ହେବ ବୋଲି ଜଣାପଡିଛି। ଏନେଇ ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଗତବର୍ଷ  ତରବରିଆ ଭାବେ ପର୍ଯ୍ୟଟନ ବିଭାଗ ଓ କୋରାପୁଟ ପ୍ରଶାସନ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୁଟିସିଲରେ ରହିଥିବା କୋରାପୁଟ ଇକୋରିଟ୍ରିଟ୍‌ ଆରମ୍ଭ କରିଥିଲା। କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା ହେଲେ ଜଣେ ବି ପର୍ଯ୍ୟଟକ କୋରାପୁଟର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରି ନ ଥିଲେ। ଗତମାର୍ଚ୍ଚ ମାସରେ ଏହି କ୍ୟାମ୍ପ ଶେଷ ହୋଇଥିବାବେଳେ ରାଜସ୍ଥାନର ଠିକା ସଂସ୍ଥା ପର୍ଯ୍ୟଟନ ବିଭାଗଠାରୁ ପ୍ରାୟ ୪ କୋଟି ଟଙ୍କା ନେଇଥିଲେ ମଧ୍ୟ ଦିନକ ପାଇଁ ପର୍ଯ୍ୟଟକ ବୁଲି ପାରି ନ ଥିଲେ।।

ସୂଚନାଯୋଗ୍ୟ, ୨୦୨୧ ମସିହା ଡିସେମ୍ବର ୧୫ ତାରିଖରେ ପୁଟସିଲ ଇକୋରିଟ୍ରିଟକୁ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଅନୁଷ୍ଠାନିକ ଭାବେ ଲୋର୍କାପଣ କରାଯାଇଥିଲା। ହେଲେ ଆରମ୍ଭରୁ ହିଁ ଝୁଣ୍ଟିଥିଲା ଏହି ପ୍ରକଳ୍ପ। ଉଦଘାଟନକୁ ଦିନ ପରେ ଦିନ ବିତିଥିଲେ ମଧ୍ୟ ବୁକିଂ ହୋଇପାରି ନ ଥିଲା। ଦିନକୁ ଦିନ ଏହିଠାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିବାବେଳେ ଠିକା ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀ ଇକୋରିଟ୍ରିଟ୍‌ ଛାଡି ଦେଇଥିଲେ। ଠିକାସଂସ୍ଥା ଇକୋରିଟ୍ରିଟ ପାଇଁ ଯୋଗୁଁ ସବୁ ବ୍ୟବସ୍ଥା କରିବାର ଥିଲା ତାହା କରି ପାରି ନଥିଲା।

ଗତ ବର୍ଷ ପର୍ଯ୍ୟଟନ ବିଭାଗ ୫ଟି ଜାଗାରେ ଇକୋ ରିଟ୍ରିଟ୍ କ୍ୟାମ୍ପ୍‌ ଆୟୋଜନ କରିଥିଲା। ସେଗୁଡ଼ିକ ହେଲା କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ି ଓ ହୀରାକୁଦ। ଏଥର ଏହି ତାଲିକାରେ ଦୁଇଟି ନୂଆ ଜାଗା ଯୋଡ଼ି ହୋଇଥିଲା, ଗଞ୍ଜାମ ଜିଲ୍ଲାର ପାତି ସୁନାପୁର ଓ କୋରାପୁଟର ପୁଟିସିଲ୍‌। 

ରାଜ୍ୟ ପର୍ଯ୍ୟଟନ ବିଭାଗର ବହୁଳ ପ୍ରଚାରିତ ‘ଇକୋ ରିଟ୍ରିଟ୍’ର ପରିଚାଳନାରେ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିଲା। କାମ ନ ସାରି ତରବରିଆ ଭାବେ ଉଦ୍‌ଘାଟନ କରି ଏବେ ସମାଲୋଚନାର ଶିକାର ହେଉଛି ପର୍ଯ୍ୟଟନ ବିଭାଗ। ଅନ୍ୟ ଜିଲ୍ଲାର ଇକୋ ରିଟ୍ରିଟ୍‌ର କଟେଜ୍ ଉଚ୍ଚା ଦରରେ ବୁକିଂ ହେଉଥିଲେ ମଧ୍ୟ କୋରାପୁଟ ଇକୋରିଟ୍ରିଟ ପରିଚାଳନାରେ ବିଭ୍ରାଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଧପନ୍ତରିଆ କାମକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରାଇ ପର୍ଯ୍ୟଟନ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଅପଦସ୍ତ କରାଇଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe