ମହେନ୍ଦ୍ରଗିରିରେ ଇକୋଟୁରିଜମ୍‌ ବ୍ୟବସ୍ଥା ଆରମ୍ଭ: ପୂର୍ବ ଭାରତର ଦ୍ବିତୀୟ ସର୍ବୋଚ୍ଚ ଶିଖର

Advertisment

ଗଜପତି ଜିଲ୍ଲାର ଐତିହ୍ୟପୂର୍ଣ୍ଣ ତଥା ପ୍ରଚୀନ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଆଜିଠାରୁ ଆରମ୍ଭ ହୋଇଛି ଇକୋଟୁରିଜମ୍ ବ୍ୟବସ୍ଥା। କିଛିବର୍ଷ ତଳେ କେନ୍ଦ୍ର ସରକାର ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟରେ ସ୍ଥାନ ଦେଇଥିଲେ।

ଗଜପତି ଜିଲ୍ଲାର ଐତିହ୍ୟପୂର୍ଣ୍ଣ ତଥା ପ୍ରଚୀନ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଆଜିଠାରୁ ଆରମ୍ଭ ହୋଇଛି ଇକୋଟୁରିଜମ୍ ବ୍ୟବସ୍ଥା। କିଛିବର୍ଷ ତଳେ କେନ୍ଦ୍ର ସରକାର ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟରେ ସ୍ଥାନ ଦେଇଥିଲେ।

djgdjgjd

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଐତିହ୍ୟପୂର୍ଣ୍ଣ ତଥା ପ୍ରଚୀନ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଆଜିଠାରୁ ଆରମ୍ଭ ହୋଇଛି ଇକୋଟୁରିଜମ୍ ବ୍ୟବସ୍ଥା। କିଛିବର୍ଷ ତଳେ କେନ୍ଦ୍ର ସରକାର ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟରେ ସ୍ଥାନ ଦେଇଥିଲେ। ତା’ ପରେ ଏହି ପୀଠର ପର୍ଯ୍ୟଟନ ବିକାଶ ଯୋଜନା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଲା। ପୂର୍ବ ଭାରତର ଦ୍ବିତୀୟ ସର୍ବୋଚ୍ଚ ଶିଖର ଏହି ପର୍ବତରେ ବନବିଭାଗ ପକ୍ଷରୁ ଆଜିଠାରୁ ଇକୋ ଟୁରିଜିମ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ରିସର୍ଟରେ ୭ଟି କଟେଜ୍‌ ସହ ୩ଟି ଡର୍ମିଟରୀ ମଧ୍ୟ ରହିଛି।

କେନ୍ଦ୍ର ସରକାରଙ୍କ ରାମାୟଣ ସର୍କିଟ୍‌ରେ ସ୍ଥାନ ପାଇଥିଲା
ପୂର୍ବ ଭାରତର ଦ୍ବିତୀୟ ସର୍ବୋଚ୍ଚ ଶିଖର

କଟେଜ୍‌ରେ ରହିବାର ଆନନ୍ଦ ନେବାକୁ ଚାହୁଥିବା ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ ୱେବ୍‌ସାଇଟରେ ଅଗ୍ରିମ ବୁକିଂ କରି ପାରିବେ ବୋଲି ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ୍‌. ଆନନ୍ଦ ପ୍ରକାଶ କହିଛନ୍ତି। ମହେନ୍ଦ୍ରଗିରି ହେଉଛି ଏକ ଶୈବପୀଠ। ରାମାୟଣ ଯୁଗସହ ସଂପର୍କ ଥିବାରୁ ଏହାର ମହତ୍ତ୍ବ ଅଧିକ। ଏଣୁ ରିସର୍ଟ ବୁକ‌୍ କରୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାମିଷ ଖାଦ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ଆନନ୍ଦ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe