ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶାର ଜନୈକ ପୂର୍ବତନ ଅତିରିକ୍ତ ବାଣିଜ୍ୟିକ କର ଅଧିକାରୀ (ଆଡିସନାଲ୍ କର୍ମସିଆଲ ଟ୍ୟାକ୍ସ ଅଫିସର)ଙ୍କ ଘର ଉପରେ ଚଢ଼ାଉ କରିବା ସହ ୪୨.୩୬ ଲକ୍ଷ ଟଙ୍କା ମୂଲ୍ୟର ସଂପତ୍ତିକୁ ବାଜ୍ୟାପ୍ତ କରିଥିବା ଜଣାପଡ଼ିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୂର୍ବରୁ ଓଡ଼ିଶା ସରକାରଙ୍କ ବାଣିଜ୍ୟିକ କର ବିଭାଗ (କର୍ମସିଆଲ ଟ୍ୟାକ୍ସ ଡିପାର୍ଟମେଣ୍ଟ)ରେ ପୂର୍ବତନ ଅତିରିକ୍ତ ବାଣିଜ୍ୟିକ କର ଅଧିକାରୀ (ଆଡିସନାଲ୍ କର୍ମସିଆଲ ଟ୍ୟାକ୍ସ ଅଫିସର) ଥିବା ଅଜୟ କୁମାର ରାୟଙ୍କ ଘର ଉପରେ ଚଢ଼ାଉ କରି ଇଡି କର୍ତ୍ତୃପକ୍ଷ ୪୨.୩୬ ଲକ୍ଷ ଟଙ୍କା ମୂଲ୍ୟର ସଂପତ୍ତିକୁ ବାଜ୍ୟାପ୍ତ କରିଛନ୍ତି।
Follow Us