ବ୍ରହ୍ମପୁର/ଭୁବନେଶ୍ବର: ଗଞ୍ଜାମରେ ଦୁଇ ଡଜନ୍‌ରୁ ଅଧିକ ବାଲି ମାଫିଆଙ୍କ ଘର, ଦପ୍ତରରେ ଇଡି ଚଢ଼ଉକୁ ୧୫ ଦିନ ପୂରିନି। ଏହି ବେଆଇନ ସିଣ୍ଡିକେଟ୍‌ରେ ଯେଉଁମାନଙ୍କ ଘରେ ଚଢ଼ଉ ହୋଇଥିଲା, ସେମାନଙ୍କ ଭିତରୁ ୮ ଜଣଙ୍କ ପାଖକୁ ସମନ ଗଲାଣି। ଆଜି ସେମାନଙ୍କ ଭିତରୁ ୨ ଜଣ ଠିକାଦାର ସଚିନ ପାଢ଼ୀ ଓ ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ବଜିତ ପାତ୍ର ଓରଫ୍‌ ହକି ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏମାନଙ୍କ ପରେ ଆଉ କାହାର ପାଳି ପଡ଼ିବ ବୋଲି ଚର୍ଚ୍ଚା ଚାଲିଛି। ଗଞ୍ଜାମରେ ମାଫିଆ ବାଲି ଚରି ଯାଇଥିଲେ। ଋଷିକୁଲ୍ୟା, ବାହୁଦା ଓ ବଡ଼ନଦୀର ପେଟ ଚିରି ପ୍ରତିଦିନ ହଜାର ହଜାର ଟ୍ରିପ୍‌ ବାଲି ଚୋରି କରି ମାଲେମାଲ୍‌ ହୋଇଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ନକଲି ‘ୱାଇ’ ଫର୍ମ ଜରିଆରେ ବର୍ଷ ବର୍ଷ ଧରି ବାଲି ଚାଲାଣ ହେଉଥିଲା। ଗତ ୧୬ ତାରିଖରେ ଏକକାଳୀନ ୨୫ଟି ସ୍ଥାନରେ ଇଡିର ୧୨୫ ଜଣିଆ ଟିମ୍‌ ଚଢ଼ଉ କରିଥିଲେ। ବରିଷ୍ଠ ବିଜେଡି ନେତା ହୃଷୀକେଶ ପାଢ଼ୀ, ତାଙ୍କ ପୁଅ ତଥା ଠିକାଦାର ସଚିନ ପାଢ଼ୀ, ସିଣ୍ଡିକେଟ୍‌ର ସର୍ବେସର୍ବା କୃପାସିନ୍ଧୁ ମୁଦୁଲି, ପୂର୍ବତନ ଯୁବକଂଗ୍ରେସ ନେତା ବିଶ୍ବଜିତ ପାତ୍ର, ଶିବପ୍ରସାଦ ପାଢ଼ୀ, ସୁନିଲ ପାତ୍ର ଓ ଖାରିଆ ସରପଞ୍ଚ ଜୟନ୍ତୀ ପାତ୍ରଙ୍କ ଘରେ ଇଡି ଚଢ଼ଉ କରିଥିଲା। ଏହାପରେ ଏହି ମାମଲା କେତେ ବାଟ ଯିବ ‌ବୋଲି ସବୁଠି ଆଲୋଚନା ହୋଇଥିଲା। 

Advertisment

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭେଦିପାରିବ ତ ‘ଗ୍ରେ ସିଣ୍ଡିକେଟ୍‌’ ଗୁମର!
୮ ଜଣଙ୍କୁ ନୋଟିସ୍‌, ନେତା, ଅଧିକାରୀଙ୍କୁ ବି ଡାକିପାରେ

ଇଡି ପକ୍ଷରୁ ଗଞ୍ଜାମରୁ ଆରମ୍ଭ ‌ହୋଇଥିବା ‘ଅପରେସନ୍‌ ଗ୍ରେ ସିଣ୍ଡିକେଟ୍‌’ରେ ସାମିଲ ୮ ଜଣଙ୍କୁ ସମନ ହୋଇଛି। ଆଜି ଇଡି କାର୍ଯ୍ୟାଳୟରେ ସଚିନ ଓ ବିଶ୍ବଜିତ ହାଜର ହୋଇଥିଲେ। ସେମାନେ ଗାଡ଼ି, ଘର, ମଦଭାଟି, କ୍ରସର୍‌ ଓ ବାଲି ବେପାର ସମ୍ପର୍କରେ ଇଡିକୁ ତଥ୍ୟ ଦେଇଛନ୍ତି। କୃପାସିନ୍ଧୁଙ୍କ ସହ ମିଶି କେଉଁମାନେ ସିଣ୍ଡିକେଟ୍‌ ଚଳାଉଥିଲେ, ସେ ନେଇ ଇଡି ଘାଣ୍ଟୁଥିବା ବେଳେ ଉଭୟ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଇଡିକୁ ଦେଇଛନ୍ତି। ପାଖାପାଖି ସାଢ଼େ ୧୧ଟା ସମୟରେ ସେମାନେ ହାଜର ହୋଇଥିଲେ। ଇଡିର ଅଧିକାରୀ ଉଭୟଙ୍କୁ ୫ ଘଣ୍ଟା ଧରି ମାରାଥନ୍‌ ଜେରା କରିବା ସହ ଅନେକ ତଥ୍ୟ ହାତେଇଛନ୍ତି। 

Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା

ଇଡି ଖୋଳତାଡ଼ ପରେ ଏବେ ଅନ୍ୟ ମାଫିଆଙ୍କ ମଧ୍ୟରେ ଛନକା ପଶିଛି। କେଉଁ ମୁହୂର୍ତ୍ତରେ କାହାକୁ ଡାକରା ଆସିବ, ଜେଲ୍‌ ବି ଯିବାକୁ ପଡ଼ିପାରେ। ତେଣୁ ସମସ୍ତଙ୍କ ମୁହଁରେ ତୁଣ୍ଡି। ବାଲି ବିକା ଟଙ୍କାରେ ବେଆଇନ ମଦଭାଟି, କ୍ରସର୍‌ ଚାଲୁଥିବାରୁ ଖଣି ବିଭାଗ ଓ ଅବକାରୀ ବିଭାଗର ଅଧିକାରୀଙ୍କୁ ବି ପଚରାଉଚରା କରାଯାଇପାରେ ବୋଲି କୁହାଯାଉଛି। ଏପରିକି ପୂର୍ବ ସରକାର ସମୟରେ ‘ଗ୍ରେ ସିଣ୍ଡିକେଟ୍‌’ର ପୃଷ୍ଠପୋଷକ ସାଜିଥିବା ନେତା ଓ ଅଧିକାରୀମାନେ ବି ଇଡି ପଞ୍ଝାକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।