ଦୀପକ ଗୁପ୍ତାଙ୍କର ବଡ଼ବିଲ ଘର ଏବଂ କାର୍ଯ୍ୟାଳୟରେ ଇଡିର ଚଢ଼ଉ

ଦୀପକ ଗୁପ୍ତାଙ୍କର ବଡ଼ବିଲ ଘର ଏବଂ କାର୍ଯ୍ୟାଳୟରେ ଇଡିର ଚଢ଼ଉ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ ଚାଲିଛି। ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଏହି ଚଢ଼ଉ ହେଉଥିବା ସୂଚନା ମିଳିଛି। ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୂଚନା ଅନୁଯାୟୀ, ବଡ଼ବିଲରେ ଥିବା ମହାନ୍ତବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କର ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଇଡି ତରଫରୁ ଚଢ଼ଉ ଆରମ୍ଭ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ, ଉଲିବୁରୁ ଖଣିରେ ୧୮ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe