ମନି ଲଣ୍ଡ୍ରିଂ ମାମଲା: ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ

Advertisment
ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ ଘଟଣା: ୧୩୩କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ଜବତ

Wikipedia

ଭୁବନେଶ୍ବର : ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ବରସ୍ଥିତ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି। ଜିତୁଙ୍କ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ବାସଭବନ ସହିତ ରସୁଲଗଡ଼ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଓ କେନ୍ଦୁଝର ଜିଲ୍ଲା ଯୋଡ଼ା ସାଇ ମନ୍ଦିର ନିକଟରେ ଥିବା ତାଙ୍କ ବାସଭବନ ଓ ବଣେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା। ୪ଟି ଟିମ୍‌ ସକାଳ ୮ଟାରୁ ଅପରେସନ୍‌ ଆରମ୍ଭ କରିଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe