ଚିଟ୍‌ଫଣ୍ଡ କମ୍ପାନି ‘ବାସିଲ୍‌’ ସମ୍ପତ୍ତିକୁ କବ୍‌ଜା କଲା ଇଡି

Advertisment

ନଭଶ୍ଚୁମ୍ଭୀ ହୋଟେଲରେ ଲଗାଇଲା ଲଟ୍‌କା

ନଭଶ୍ଚୁମ୍ଭୀ ହୋଟେଲରେ ଲଗାଇଲା ଲଟ୍‌କା

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ, ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କଲା ଇଡି

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପର୍ଯ୍ୟଟନ ପୀଠ ଉଦୟପୁରରେ ଥିବା ଚିଟ୍‌ଫଣ୍ଡ କମ୍ପାନି ‘ବାସିଲ୍‌ ଇଣ୍ଟରନ୍ୟାସନାଲ’ର ସମ୍ପତ୍ତିକୁ କବ୍‌ଜା କରିଛି ଗୌହାଟୀ ଜୋନ୍‌ସ୍ଥିତ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ। ଆଜି ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ସହକାରୀ କମିଶନରଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ଭୋଗରାଇ ତହସିଲଦାର ଓ ପୁଲିସ ଉପସ୍ଥିତିରେ ନିର୍ମାଣାଧୀନ ହୋଟେଲରେ ଲଟ୍‌କା ଲଗାଇଛି।

୨୦୦୭ ମସିହାରେ ବାସିଲ୍‌ କମ୍ପାନି ଉଦୟପୁର ବେଳାଭୂମି ନିକଟରେ କିଛି ଘରୋଇ ଜମି କିଣିବା ସହିତ ସରକାରୀ ଜମି ମଧ୍ୟ ଅଧିଗ୍ରହଣ କରିଥିଲା। ୫ ଏକର ୨୩ ଡେସିମିଲ ପରିମିତ ଏହି ଜମିରେ ୩ ଶହ କୋଟି ଟଙ୍କା ବ୍ୟୟରେ ଏକ ବିଶ୍ୱସ୍ତରୀୟ ହୋଟେଲ ନିର୍ମାଣ ଆରମ୍ଭ କରିଥିଲା କଂପାନି। ତେବେ ଏହି ଜମି ମଧ୍ୟରେ ଏକ ଶ୍ମଶାନ କିସମ ଜମିକୁ ସରକାରଙ୍କଠାରୁ ବେଆଇନ ଭାବେ ଅଧିଗ୍ରହଣ କରିଥିବା ଦର୍ଶାଇ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଯାହାଫଳରେ, ୨୦୧୦ ମସିହାରେ ହାଇକୋର୍ଟ ହୋଟେଲ ନିର୍ମାଣ ଉପରେ ରୋକ୍‌ ଲଗାଇଥିଲେ। ସେତେବେଳକୁ କିନ୍ତୁ ନିର୍ମାଣାଧୀନ ହୋଟେଲର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା। ଦୁର୍ଭାଗ୍ୟକୁ ଏହି ସମୟରେ ସାରାଦେଶ ତଥା ଓଡ଼ିଶାରେ ଚିଟ୍‌ଫଣ୍ଡ କମ୍ପାନିମାନଙ୍କ ଉପରେ ଆରମ୍ଭ ହୋଇଥିଲା ସିବିଆଇ ଧରପଗଡ଼। ବାସିଲ୍‌ ଇଣ୍ଟରନ୍ୟାସନାଲ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବାପରେ କମ୍ପାନି କର୍ତ୍ତୃପକ୍ଷ ଅର୍ଦ୍ଧନିର୍ମିତ ଅବସ୍ଥାରେ ହୋଟେଲକୁ ଛାଡ଼ି ଏଠାରୁ ଚାଲିଯାଇଥିଲେ। ପରେ ସ୍ଥାନୀୟ ଲୋକେ ଏହି ନଭଶ୍ଚୁମ୍ଭୀ ହୋଟେଲର ପାଚେରି, ନିର୍ମାଣାଧୀନ ହୋଟେଲକୁ ଭାଙ୍ଗି ସମସ୍ତ ଜିନିଷପତ୍ର ବୋହି ନେଇଥିଲେ, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe