ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ସମନ

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ସମନ

times of india , Siasat.com

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ଇଡିରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ତେବେ ସମନ ପାଇବା ପରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡିଛି।

ସୂଚନା‌ଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅତି କମ ଦିନରେ କିଭଳି କୋଟିପତି ହେଲେ ତାକୁ ନେଇ କିଛି ଦିନ ତଳେ ଓଡ଼ିଶା ଚହଲି ଯାଇଥିଲା। ବହୁ ନେତା ଓ ଅଧିକାରୀ ତାଙ୍କ ଜାଲରେ ପଡିଥିବା ଶୁଣାଯାଉଥିଲା। ଅର୍ଚ୍ଚନା ନାଗ ଗିରଫ ହେବା ପରେ ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ନେଇଛି ଇଡି। ଇଡି ସବୁ କିଛି ଖୋଳତାଡ କରିବାରେ ଲାଗିଛି। ଦୁଇ ଦିନ ତଳେ ଇଡି ଅର୍ଚ୍ଚନାଙ୍କ ଏଣ୍ଡେଭର କାର ସ୍ଥାନୀୟ ଶିଳ୍ପାଞ୍ଚଳର ଏକ ପରିତ୍ୟକ୍ତ ସ୍ଥାନରୁ ପାଇଥିଲା। ତେବେ ଘଟଣାର ଦୁଇଦିନ ପରେ ଏବେ ଅର୍ଚ୍ଚନାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ତା’ ସ୍କାନରକୁ ଆଣିଛି। ଭୁବନେଶ୍ବର‌ର କେଉଁ ସ୍ଥାନରେ ଶ୍ରଦ୍ଧାଞ୍ଜଳି ରହୁଛନ୍ତି ତାହାର ଠିକଣା ପାଇବା ପରେ ଇଡି ଏଭଳି ପଦକ୍ଷେପ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe