ବାଲେଶ୍ବରରୁ ଜବତ ହୋଇଥିବା ବ୍ରାଉନ ସୁଗାର ମାମଲାକୁ ମନି ଲଣ୍ଡରିଂ ଦିଗରୁ  ଅନୁଧ୍ୟାନ କରିବ ଇଡି

ବାଲେଶ୍ବରରୁ ଜବତ ହୋଇଥିବା ବ୍ରାଉନ ସୁଗାର ମାମଲାକୁ ମନି ଲଣ୍ଡରିଂ ଦିଗରୁ  ଅନୁଧ୍ୟାନ କରିବ ଇଡି

ଭୁବନେଶ୍ବର: ସଂପ୍ରତି ଡ୍ରଗସ୍‌ କାରବାରକୁ ନେଇ ତମାମ ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଛନ୍ଦି ହୋଇ ପଡ଼ିଛି ଏହି ମାମଲାରେ। ରାଜ୍ୟରୁ ନିକଟ ଅତୀତରେ ଜବତ ହୋଇଥିବା ବିପୁଳ ପରିମାଣର ବ୍ରାଉନ୍‌ ସୁଗର ମାମଳାର ତଦନ୍ତ ଦାୟିତ୍ବ ପ୍ରଥମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦିଆଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଗତ ମାର୍ଚ୍ଚ ମାସରେ ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରୁ ଜବତ ହୋଇଥିବା ବ୍ରାଉନ ସୁଗାର ମାମଲାର ମନି ଲଣ୍ଡରିଂ ଦିଗରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁଧ୍ୟାନ କରିବ। ଆର୍ଥିକ ଅନିୟମିତତା ଅନୁସନ୍ଧାନରେ ବିଶେଷଜ୍ଞ ଥିବା କେନ୍ଦ୍ରୀୟ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଥର ପାଇଁ  ଓଡିଶାରେ ଡ୍ରଗ୍ ମାମଲାର ଯାଞ୍ଚ କରିବ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ନୀଳଗିରି ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨.୭୨୯ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨.୭ କୋଟି ଟଙ୍କା ବୋଲି ଜଣେ ଅଧିକାରୀ କହିଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଲୋକନାଥ ବେହେରା ଏବଂ ପ୍ରଦୀପ କୁମାର ଦାସ ବୋଲି ଜଣାପଡ଼ିଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତମାନେ ପଶ୍ଚିମବଙ୍ଗରୁ ଏହି ନିଷିଦ୍ଧ ନିଶାଦ୍ରବ୍ୟକୁ କିଣିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ନେଇ ଯୋଗାଉଥିଲେ। ତେବେ, ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨.୭ କୋଟି ଟଙ୍କା ବୋଲି ଜଣାପଡ଼ିବା ପରେ ଏହା ପଛରେ ମନି ଲଣ୍ଡରିଂ କାରବାର ସଂପୃକ୍ତ ଥିବା ଅନୁମାନ କରାଯାଉଛି। ତେଣୁ, ମନି ଲଣ୍ଡରିଂ ଦିଗରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଏହି ମାମଲାର ତଦନ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe