୧୨ ଦୁର୍ନୀତିଖୋରଙ୍କ ଘରେ ଇଡି ପଶିବ: ବାବୁଙ୍କ ଦସ୍ତାବିଜ୍‌ ଦେଲା ଭିଜିଲାନ୍‌ସ

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ପହଞ୍ଚିଛି। ଇଡି ସେସବୁ ମାମଲାର ଖୋଳତାଡ଼ କରିବ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ପହଞ୍ଚିଛି। ଇଡି ସେସବୁ ମାମଲାର ଖୋଳତାଡ଼ କରିବ।

hkhfhk

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ପହଞ୍ଚିଛି। ଇଡି ସେସବୁ ମାମଲାର ଖୋଳତାଡ଼ କରିବ। ଏଥିପାଇଁ ଭିଜିଲାନ୍‌ସ ପକ୍ଷରୁ ସମସ୍ତ ଦସ୍ତାବିଜ ଇଡିକୁ ହସ୍ତାନ୍ତର ହୋଇସାରିଛି। ୨୦୨୩ରୁ ୨୦୨୪ ମସିହା ମଧ୍ୟରେ ଭିଜିଲାନ୍‌ସ ପଞ୍ଝାରେ ଫସି ଜେଲ୍‌ ଯାଇଥିବା ଓ ନିଲମ୍ବିତ ହୋଇଥିବା ୧୨ଜଣ କଳାଧନର ମାଲିକଙ୍କ ନାଁ ପ୍ରକାଶ କରାଯାଇନାହିଁ। କିନ୍ତୁ ଖୁବ୍‌ ଶୀଘ୍ର ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ରେ ସେମାନଙ୍କୁ ସମନ କରାଯିବ ଏବଂ ସେତେବେଳେ ସେମାନଙ୍କ ନାଁ ସ୍ବତଃ ପ୍ରକାଶପାଇଯିବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ଖବର ଜଣାପଡ଼ିବା ପରେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଥିବା ସରକାରୀବାବୁମାନଙ୍କ ଛାତିରେ ଛନକା ପଶିଛି। ଭିଜିଲାନ୍‌ସ ମାମଲା ସହିତ ସେମାନଙ୍କୁ ପୁଣି ଇଡି ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଖବର ଜଣାପଡ଼ିବା ପରେ ନିଲମ୍ବିତ ଏହି କୋଟିପତି ଅଧିକାରୀମାନଙ୍କ ନିଦ ହଜିଯାଇଛି।  

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ବାବୁମାନେ ଭିଜିଲାନ୍‌ସ ହାତରେ ଧରାପଡ଼ିବା ପରେ ଜେଲ୍‌ ହାଜତକୁ ଯାଇଥିଲେ। ଏବେ ଭିଜିଲାନ୍‌ସ କୋର୍ଟରେ ମାମଲା ଚାଲିଛି। ମାତ୍ର ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଅନୁମୋିତ କଳାଧନ ସମ୍ପର୍କିତ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ ଏହାକୁ ମଧ୍ୟ ଗୁରୁତ୍ବର ସହ ନେଇଥିଲେ। ଅଗଷ୍ଟ ୨୮ରେ କଟକରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭିଜିଲାନ୍‌ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ ଉଠିଥିଲା। ତଦନ୍ତକାରୀ ଏଜେନ୍‌ସି ଦୁର୍ନୀତି ମାମଲାର ଅଧିକ ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ ସହ ସମନ୍ବୟ ରକ୍ଷା କରି ତଦନ୍ତ କରିବା ଉପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ପଶାୟତ ଗୁରୁତ୍ବାରୋପ କରିଥିଲେ। ତେଣୁ ଭିଜିଲାନ୍‌ସ ପକ୍ଷରୁ ଦିଆଯାଇଥିବା ୧୨ଦୁର୍ନୀତିଖୋର ସରକାରୀ ବାବୁଙ୍କ ମାମଲାରେ ଇଡି ଖୋଳତାଡ଼ କରିବ  ବୋଲି ଧାର୍ଯ୍ୟ ହୋଇଥିଲା।

ବାବୁଙ୍କ ଦସ୍ତାବିଜ୍‌ ଦେଲା ଭିଜିଲାନ୍‌ସ
ପିଏମ୍‌ଏଲ୍‌ଏ ଆଇନରେ ଯିବ ସମନ

ଇଡିକୁ ଏନେଇ ସବୁଜ ସଂକେତ ମିଳିବା ପରେ ସଂପୃକ୍ତ ବାବୁମାନଙ୍କ ବିରୋଧରେ ମାମଲା ପାଇଁ ପ୍ରସ୍ତୁତି ଜୋର୍‌ଦାର୍‌ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଭିଜିଲାନ୍‌ସ ପକ୍ଷରୁ ମିଳିଥିବା ସମସ୍ତ ଦସ୍ତାବିଜକୁ ଆଧାର କରି ଇଡି ତଦନ୍ତ ଆରମ୍ଭ କରିବ। ବେଆଇନ ଅର୍ଥ କାରବାର ଓ ମନିଟ୍ରେଲ୍‌ ନେଇ ତଦନ୍ତ କରିବାକୁ ଇଡି ସଜବାଜ ହୋଇସାରିଛି। କାହାକୁ କେତେବେଳେ ଇଡି ସମନ କରିବ, ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏହି ୧୨ ଦୁର୍ନୀତିଖୋର ବାବୁଙ୍କ କଳାଧନ ସଂଗ୍ରହର ଉତ୍ସ ସାଙ୍ଗକୁ ସେମାନଙ୍କ ରାଜନୈତିକ ସମ୍ପୃକ୍ତିର ଖୋଳତାଡ଼ ହେବ। ସେମାନେ କେତେ କଳାଧନର ଅଧିକାରୀ ଓ କେଉଁ କେଉଁ ବାଟରେ ବିନିଯୋଗ କରିଛନ୍ତି, ସେସବୁର ମଧ୍ୟ ଛାନ୍‌ଭିନ୍‌ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁ ମାମଲା ଆୟକର ବିଭାଗ ଦ୍ବାରା ତଦନ୍ତ ହେବ ବୋଲି ମଧ୍ୟ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe