ଅଜୟ ଦାସଙ୍କ ୩ କୋଟି ସମ୍ପତ୍ତି ମାମଲା : ଖୋଳତାଡ଼ କରିବ ଇଡି

Advertisment
ଅଜୟ ଦାସଙ୍କ ୩ କୋଟି ସମ୍ପତ୍ତି ମାମଲା : ଖୋଳତାଡ଼ କରିବ ଇଡି

Sambad English

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବରୁ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ତଥା ବିତ୍ତ ଉପଦେଷ୍ଟା ଅଜୟ କୁମାର ଦାସଙ୍କ ପାଇଁ ଅଡ଼ୁଆ ବଢ଼ିଲା। ତାଙ୍କ ବିରୋଧରେ ଆଜି ମାମଲା ରୁଜୁ କରିଛି ପ୍ରବର୍ତନ ନିର୍ଦେଶାଳୟ(ଇଡି)। ତାଙ୍କ ସମ୍ପତ୍ତି ବାବଦରେ ଖୋଳତାଡ୍‌ କରିବା ଇଡି। ସେ କେମିତି କୋଟି କୋଟି ଟଙ୍କାର ମାଲିକ ହେଲେ ଓ ତାଙ୍କ ଆୟର ସୂତ୍ର କଣ ଥିଲା, ସେ ନେଇ ଇଡି ତଦନ୍ତ କରିବ। ସେ କେଉଁ ସୂତ୍ରରୁ ଟଙ୍କା ଆୟ କରିଥିଲେ ଓ ଉକ୍ତ ସମସ୍ତ ଆୟ କଳାଧନ ଥିଲା କି ନାହିଁ, ସେ ସମ୍ବନ୍ଧରେ ଇଡି ତଦନ୍ତ ଜୋର୍‌ଦାର ହେବ। ସେହିଭଳି ସେ କୌଣସି ବ୍ୟବସାୟରେ ପୁଞ୍ଜି ନିବେଶ କରିଛନ୍ତି କି ନାହିଁ ସେ ବାବଦରେ ମଧ୍ୟ ଇଡି ଅନୁସନ୍ଧାନ କରିବାକୁ ଯାଉଛି। ତାଙ୍କ କାରବାରରେ ଆଉ କାହାରି ସମ୍ପୃକ୍ତି ଥିବା ନେଇ ମଧ୍ୟ ତଦନ୍ତ ଚାଲିବ ବୋଲି ଜଣାପଡ଼ିଛି। ଏସବୁ ଦିଗକୁ ନେଇ ଇଡି ଖୁବ୍‌ ଶୀଘ୍ର ତାଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୧୩ରେ ଭୁବନେଶ୍ବର ଭଜିଲାନ୍ସ ବିଭାଗ ତାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅଜୟଙ୍କର ଭୁବନେଶ୍ବର ଓ ପୁରୀରେ ୪ଟି ଫ୍ଲାଟ୍, ୨ଟି କୋଠା ଏବଂ ବାଲେଶ୍ବରରେ ଗୋଟିଏ କୋଠା ଠାବ କରାଯାଇଥିଲା। ୪ଟି ଫ୍ଲାଟ୍ ଓ ୩ଟି କୋଠାର ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା। ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକରେ ୯ଟି ପ୍ଲଟ୍ ମଧ୍ୟ ମିଳିଥିଲା। ୫୦ ଲକ୍ଷ ୮୩ ହଜାର ଟଙ୍କାର ବ୍ୟାଙ୍କ ଏବଂ ଫିକ୍ସଡ୍ ଡିପୋଜିଟ୍ ଓ ୧ କେଜିରୁ ଅଧିକ ସୁନା ଓ ରୁପା ଗହଣା ତାଙ୍କ ଘରୁ ମିଳିଥିଲା। ନଗଦ ୨ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌। ଏହି ସବୁ ସମ୍ପତ୍ତର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଜେଲ୍ ପଠାଇଥିଲା ଭିଜିଲାନ୍‌ସ ବିଭାଗ। ଏବେ ଇଡି ତାଙ୍କ ସମ୍ପତ୍ତି ବାବଦରେ ଖୋଳତାଡ୍‌ କରିବାକୁ ଯାଉଥିବାରୁ ତାଙ୍କ ପାଇଁ ଅଧିକ ସମସ୍ୟା ଉପୁଜିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe