ଖୋର୍ଦ୍ଧାରେ ବୁଲିଲା ଶିକ୍ଷା ସଚେତନତା ରଥ

Advertisment
ଖୋର୍ଦ୍ଧାରେ ବୁଲିଲା ଶିକ୍ଷା ସଚେତନତା ରଥ

ଖୋର୍ଦ୍ଧା: ୨୦୨୩-୨୪ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏହି ସମୟରେ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା, ଯେଉଁମାନେ ବିଦ୍ୟାଳୟ ଶିକ୍ଷା ଅଧାରୁ ଛାଡ଼ିଛନ୍ତି ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଅଭିଭାବକଙ୍କ ମଧ୍ୟରେ ଶିକ୍ଷାର ଆବଶ୍ୟକତା ପ୍ରତି ସଚେତନତା ସୃଷ୍ଟି କରାଇବା ଆଦି ଲକ୍ଷ୍ୟରେ ଆଜି ଖୋର୍ଦ୍ଧା ଶିକ୍ଷା ବିଭାଗ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ସବୁଜ ପତାକା ଦେଖାଇ ଶିକ୍ଷା ରଥର ଶୁଭାରମ୍ଭ କରିଥିଲେ । ଏନେଇ ସହଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି ଏହି ରଥ ଖୋର୍ଦ୍ଧା ପୌର ପରିଷଦ ଓ ବ୍ଲକର ବିଭିନ୍ନ ଗାଁ ବୁଲିବ । ଶିକ୍ଷାଧିକାର ଆଇନ, ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ, ୫-ଟି ବିଦ୍ୟାଳୟ ରୂପାନ୍ତରରଣ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ପ୍ରଧାନ, ଆଂଚଳିକ କେନ୍ଦ୍ର ସଂଯୋଜକ ଯୁଧିଷ୍ଠିର ସାହୁ, ରେବତୀ ପଣ୍ଡା, ରବି ପ୍ରଧାନ, ରବିନାରାୟଣ ପଣ୍ଡା, ରବି ସାହୁ, ପ୍ରଦ୍ୟୁମ୍ନ କୁମାର ମିଶ୍ର, ଅମୀୟ କୁମାର ପରିଡ଼ା, ଧ୍ରୁବଚରଣ ରଣା, ଭାଗ୍ୟଶ୍ରୀ ମହାପାତ୍ର, ପୂର୍ଣ୍ଣଲକ୍ଷ୍ମୀ ମହାରଣା, ସୁଶାନ୍ତ କୁମାର ସାହୁ, ବିକାଶ କୁମାର ମୁଦୁଲି, ଅମୀୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe